oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଘରକୁ ଫେରିଲେ ମୁକୁଲ, ମମତା କହିଲେ- ନିଜ ଲୋକଙ୍କୁ ସ୍ଵାଗତ, ଗଦ୍ଦାରଙ୍କ ପାଇଁ ଦଳରେ ଜାଗା ନାହିଁ

11/06/2021 at 5:31 PM

କୋଲକାତା ୧୧।୦୬: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ଶୁକ୍ରବାର ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ମମତା କହିଛନ୍ତି, ମୁକୁଲ ଆମ ଘରର ସଦସ୍ୟ। ସେ ନିଜ ଘରକୁ ଫେରିଛନ୍ତି। ମୁଁ ତାଙ୍କ ଅଭିନନ୍ଦନ କରୁଛି। ଏହି ସମୟରେ ମମତା ବାନାର୍ଜୀ  କହିଛନ୍ତି, ମୁକୁଲ ଆମ ସହ ଗଦ୍ଦାରି କରି ନାହାନ୍ତି। ଯେଉଁ ଲୋକେ ଗଦ୍ଦାରି କରିଛନ୍ତି, ସେମାନଙ୍କୁ ଦଳରେ ସ୍ଥାନ ନାହିଁ।

ତୃଣମୂଳ କଂଗ୍ରେସର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁକୁଲ ରୟ କହିଛନ୍ତି, ଟିଏମସିକୁ ଫେରି ମୁଁ ବହୁତ ଖୁସି। ବିଜେପିରୁ ବାହାରି ନିଜ ଲୋକ ଏବଂ ପୁରୁଣା ଲୋକଙ୍କୁ ଭେଟି ମୁଁ ବହୁତ ସନ୍ତୁଷ୍ଟ। ମୁଁ ବିଜେପିରେ କାମ କରି ପାରିଲି ନାହିଁ। ଏଥିପାଇଁ ନିଜ ପୁରୁଣା ଘରକୁ ଫେରି ଆସିଛି।

ମୁକୁଲଙ୍କୁ ବଡ ଦାୟିତ୍ଵ ଦେବେ ମମତା

ମୁକୁଲ ରୟ ପୁନର୍ବାର ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୁକୁଲ ପାର୍ଟିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବେ। ପୂର୍ବରୁ ସେ ଦଳରେ ଯେଉଁ ଭୂମିକା ନିଭାଉଥିଲେ, ଆଗାମୀ ଦିନରେ ମଧ୍ୟ ସେହି ଭୂମିକା ନିର୍ବାହ କରିବେ। ଟିଏମସି ଏକ ପରିବାର। ମମତା ବିଜେପିକୁ ନିଶାଣ କରି କହିଛନ୍ତି, ବିଜେପି ଯାଞ୍ଚ ଏଜେନ୍ସି ଜରିଆରେ ସଚ୍ଚୋଟ ଲୋକଙ୍କୁ  ହଇରାଣ କରିବାକୁ ଚେଷ୍ଟା କରୁଛି।

   Related Posts