ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ମୁହଁ ଖୋଲିଲେ ପରିବାର ସଦସ୍ୟ
21/12/2022 at 2:40 PM

ରାଉରକେଲା ୨୧।୧୨: ଭୁବନେଶ୍ୱରରେ ହୋଡିଂ ଉପରେ ଚଢି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ମାମଲାରେ ମୁହଁ ଖୋଲିଲେ ମୁକ୍ତିକାନ୍ତଙ୍କ ପରିବାର ସଦସ୍ୟ । ମୁକ୍ତିକାନ୍ତଙ୍କ ମାଆ କହିଛନ୍ତି ଯେ, ପୁଅ ତୁ ଘରକୁ ପଳେଇ ଆସେ । ଆମେ ଆଉ କିଛି ଚାହୁଁନାହୁଁ । ତୁ କେବଳ ଘରକୁ ଆସେ ।
ସେପଟେ ମୁକ୍ତିକାନ୍ତଙ୍କ ଭଉଣୀ କହିଛନ୍ତି ଯେ, ଆମ ଭାଇ ଖାଲି ଫେରିଆସୁ । ଆମେ ଆଉ କିଛି ଚାହୁଁନାହୁଁ । ଭାଇ ଯେମିତି ଭୁଲ ପଦକ୍ଷେପ ନନେଉ । ସେ ନିଜ ପାଇଁ ଯାଇନି, ପୁରା ରାଉରକେଲାବାସୀଙ୍କ ପାଇଁ ଯାଇଛି । ରାଉରକେଲା ଓ ସୁନ୍ଦରଗଡବାସୀଙ୍କ ପାଇଁ ଯାଇଛି । ତୁରନ୍ତ ଘରକୁ ଆସିଯାଉ ଆମ ଭାଇ ।
ସୂଚନାଯୋଗ୍ୟ ଯେ, ରାଉରକେଲାର ବିକାଶ ପାଇଁ ୫୩୦ କି.ମି ଚାଲି ଚାଲି ଭୁବନେଶ୍ୱରକୁ ଆସିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ୭ ଦିନ ଅପେକ୍ଷା କରିବା ପରେ ହୋର୍ଡିଂ ଉପରେ ଚଢି ଆତ୍ମଦାହ କରିବାକୁ ଉଦ୍ୟମ କରୁଛନ୍ତି ଏହି ଯୁବ ସମାଜସେବୀ । ମୁକ୍ତିକାନ୍ତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି ।