vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ରାଉରକେଲାରୁ ଚାଲି ଚାଲି ଦିଲ୍ଲୀ ଯାଇଥିବା ମୁକ୍ତିକାନ୍ତ ବିଶ୍ବାଳ କଂଗ୍ରେସ ଟିକେଟ୍‌ରୁ ଲଢିବେ ନିର୍ବାଚନ

23/03/2019 at 4:35 PM

ସୁନ୍ଦରଗଡ ୨୩|୩ : କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ଓଡିଶାର ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ରାଉରକେଲା ବିଧାନସଭା ଆସନ ପାଇଁ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ମୁକ୍ତିକାନ୍ତ ଆଶାୟୀ ଥିଲେ । ତାଙ୍କୁ କଂଗ୍ରେସ ଦଳ ଟିକେଟ୍ ଦେଇ ଏକ ସୁଯୋଗ ଦେଇଛି ।

ରାଉରକେଲାର ଉନ୍ନତି ପାଇଁ ମୁକ୍ତିକାନ୍ତ ରାଉରକେଲାରୁ ଚାଲି ଚାଲି ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଦେବା ଦାବିରେ ଦିଲ୍ଲୀରେ ଧାରଣା ଦେଇଥିଲେ । ହାତରେ ତ୍ରିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚିଥିଲେ ମୁକ୍ତିକାନ୍ତ । ସେତେବେଳେ କଂଗ୍ରେସ ଏହାକୁ ଏକ ବଡ କ୍ୟାମ୍ପେନ ଭାବେ ଠିଆ କରିଥିଲା । ମୁକ୍ତିକାନ୍ତଙ୍କ ସେହି କ୍ୟାମ୍ପେନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମର୍ଥନ କରିଥିଲେ । ଉକ୍ତ ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।

ରାଜନୀତିରେ ନୂଆକରି ପ୍ରବେଶ କରିଥିବା ମୁକ୍ତିକାନ୍ତ ରାଉରକେଲା ତଥା ରାଜ୍ୟ ପାଇଁ ଏବେ ବେଶ୍ ଜଣାଶୁଣା । ତେଣୁ କଂଗ୍ରେସ ମୁକ୍ତିକାନ୍ତଙ୍କ ଲୋକପ୍ରିୟତାର ଫାଇଦା ହାସଲ କରିବା ପାଇଁ ଚାହୁଁଛି । ବିଧାୟକଙ୍କ ସ୍ଥାନୀୟ ଉନ୍ନୟନ ପାଣ୍ଠିର କାମ କରିବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ । 

ଅନ୍ୟପଟେ ରାଉରକେଲାରୁ ଚଳିତ ଥର ବିଜେଡି ସାରଦା ପ୍ରସନ୍ନ ନାୟକଙ୍କୁ ଏବଂ ବିଜେପି ନିହାର ରାୟଙ୍କୁ ଘୋଷଣା କରିଛି ।

   Related Posts