ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ, ହୋର୍ଡିଂ ଉପରେ ଚଢି ଦେହରେ ନିଆଁ ଲଗାଇବାକୁ ଦେଉଛନ୍ତି ଧମକ

Published By : Prameya-News7 Bureau | December 21, 2022 IST

ଭୁବନେଶ୍ୱର ୨୧/୧୨: ହୋର୍ଡିଂ ଉପରେ ଚଢି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ । ହାତରେ ଡିଜେଲ୍ ଓ ଦିଆସିଲି ଧରିଛନ୍ତି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଏମିତିକି ହୋର୍ଡିଂ ଉପରେ ଚଢି ଦେହରେ ଡିଜେଲ୍ ଢାଳି ହୋଇଛନ୍ତି ମୁକ୍ତିକାନ୍ତ ।

ରାଉରକେଲାର ବିକାଶ ପାଇଁ ୫୩୦ କି.ମି ଚାଲି ଚାଲି ଭୁବନେଶ୍ୱରକୁ ଆସିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ୭ ଦିନ ଅପେକ୍ଷା କରିବା ପରେ ଆଜି ହୋର୍ଡିଂ ଉପରେ ଚଢି ଆତ୍ମଦାହ କରିବାକୁ ଉଦ୍ୟମ କରୁଛନ୍ତି ଏହି ଯୁବ ସମାଜସେବୀ । ମୁକ୍ତିକାନ୍ତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି ।

ଅଗ୍ନିଶମ ବିଭାଗର ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ତଳକୁ ଓହ୍ଲାଇବାକୁ ମନା କରୁଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । କିଛି ଦିନ ବିଭିନ୍ନ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଉରକେଲାରୁ ଚାଲି ଚାଲି ଆସିଥିଲେ ମୁକ୍ତିକାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.