ରହସ୍ଯମୟୀ ମନ୍ଦିର: ମହାଦେବଙ୍କ ଜଳାଭିଷେକ କରନ୍ତି ନନ୍ଦୀ, ଜଳ କେଉଁଠୁ ଆସେ ତାହା ରହସ୍ୟ ?

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ ୧୬।୧୧: ରହସ୍ୟରେ ଭରା ଭାରତ । ଏଥିରେ ରହିଛି ଅନେକ ମଠ ମନ୍ଦିର । ହିନ୍ଦୁ ଧର୍ମାବଲମ୍ବୀ ଅଧିକ ରହୁଥିବାରୁ ଦେଶର କୋଣ ଅନୁକୋଣରେ ରହିଛି ଅନେକ ମନ୍ଦିର । ଭାରତରେ ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ହେଉଛି ବିଚିତ୍ର । ଖାସ୍‌ କରି ଦେବଙ୍କ ଦେବ ମହାଦେବଙ୍କର ରହିଛି ଅଧିକ ମନ୍ଦିର । ଆଉ ଏହି ମନ୍ଦିର ଗୁଡିକର ମଧ୍ୟ ରହିଛି ଭିନ୍ନ ବିଶେଷତ୍ବ ।

{"id":870508,"width":839,"height":540,"sizeSlug":"full","linkDestination":"none"}

ଯାହାକୁ ଦେଖିବାକୁ ହୋଇଥାଏ ଭକ୍ତଙ୍କର ସମାଗମ । ମହାଦେବଙ୍କ ସବୁ ମନ୍ଦିର ସମ୍ମୁଖରେ ଅଛନ୍ତି ନନ୍ଦୀ ମହାରାଜ । କିନ୍ତୁ ମହାଦେବଙ୍କ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମହାଦେବଙ୍କ ସ୍ନାନ କରାନ୍ତି ନନ୍ଦୀ ମହାରାଜ । ସେ ପୁଣି ଦୀର୍ଘ ୪୦୦ ବର୍ଷ ହେବ । ବାସ୍ତବରେ ଏଠାରେ ନନ୍ଦୀଙ୍କ ମୁଖରୁ ଅନବରତ ବହି ଚାଲିଛି ଜଳ । ଆଉ ଏହି ଜଳରେ ହିଁ ଭୋଳାଶଙ୍କରଙ୍କର ହୋଇଥାଏ ଜଳାଭିଷେକ ।

{"id":870505,"width":840,"height":840,"sizeSlug":"full","linkDestination":"none"}

ଭୋଳାଶଙ୍କରଙ୍କର ଏହି ରହସ୍ୟମୟୀ ମନ୍ଦିରଟି ରହିଛି ବେଙ୍ଗାଲୁରରେ । ମନ୍ଦିରଟି ଖୁବ୍‌ ପ୍ରାଚୀନ ।  କିନ୍ତୁ ଏହି ମନ୍ଦିରଟି ୧୯୯୭ ମସିହାରେ ଲୋକଲୋଚନକୁ ଆସିଥିଲା । କୁହାଯାଉଛି କି ଏହି ମନ୍ଦିରଟି ୪୦୦ ବର୍ଷ ପୁରୁଣା । ଦିନେ ଜଣେ ବ୍ୟକ୍ତି ଜମିରେ କିଛି ଖୋଳୁଥିବା ବେଳେ ନନ୍ଦୀଙ୍କର ମୂର୍ତ୍ତି ଦେଖିବାକୁ ପାଇଥିଲା । ଆଉ ଏହି ଖବର ଚାରିଆଡେ ବ୍ୟାପିଗଲା । ଏହାପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ଖନନ କାର୍ଯ୍ୟ ଆରମ୍ଭ ହେଲା ।

{"id":870506,"sizeSlug":"large","linkDestination":"none"}

ଆଉ ଏହି ମାଟି ତଳୁ ମିଳିଥିଲା ଏକ ସୁନ୍ଦର ମନ୍ଦିର ।  ପ୍ରତ୍ନତତ୍ତ୍ବବିତ୍ତଙ୍କ ମତରେ ଏହି ମନ୍ଦିରଟି ପ୍ରାୟ ୪୦୦ ବର୍ଷ ପୁରୁଣା । ମନ୍ଦିରଟି ଦେଖିବାକୁ ଖୁବ୍‌ ସୁନ୍ଦର । ମହାଦେବଙ୍କ ଶିବଲିଙ୍ଗ ନିକଟରେ ନନ୍ଦୀଙ୍କର ଏକ ପ୍ରତିମୂର୍ତ୍ତି । ଆଉ ଏହା ପାଖରେ ଏକ ଛୋଟ ହ୍ରଦ ମଧ୍ୟ ରହିଛି । ନନ୍ଦୀଙ୍କ ମୁଖରୁ ନିରନ୍ତର ପ୍ରବାହିତ ହେଉଥିବା ଏହି ଜଳ ଏବେ ବି ବୋହୁଛି । କୁହାଯାଉଛି କି ନନ୍ଦୀ ମହାରାଜ ଦୀର୍ଘ ୪୦୦ ବର୍ଷ ଧରି ଏଠାରେ ଏପରି ହିଁ ମହାଦେବଙ୍କର ଜଳାଭିଷେକ କରୁଛନ୍ତି ।  

{"id":870507,"sizeSlug":"full","linkDestination":"none"}

ଖାସ୍‌ କଥା ହେଉଛି ଏହି ଜଳ କେଉଁଠୁ ଆସୁଛି ତାହା କାହାକୁ ବି ଜଣାନାହିଁ । କିନ୍ତୁ ଲୋକମାନେ ଏ ବିଷୟରେ ଭିନ୍ନ ଭିନ୍ନ କଥା କହିଥାନ୍ତି । ଏହି ମନ୍ଦିରକୁ ଦକ୍ଷିଣ ମୁଖୀ ନନ୍ଦୀ ତିର୍ଥ କଲ୍ୟାଣୀ କ୍ଷେତ ମଧ୍ୟ କୁହାଯାଇଥାଏ । ବିଶ୍ୱାସ କରାଯାଏ ଯେ ଆଜି ପର୍ଯ୍ୟନ୍ତ ଜଳର ପ୍ରକୃତ ଉତ୍ସ କେଉଁଠାରେ ରହିଛି ତାହା କାହାକୁ ବି ଜଣାନାହିଁ । କେହି ବି ଏହାକୁ ନେଇ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି । ଏହି ପ୍ରଶ୍ନର ଉତ୍ତର କେବେ ମିଳିବ, ତାହା କାହାକୁ ବି ଜଣା ନାହିଁ । କିନ୍ତୁ ରହସ୍ୟମୟୀ ମନ୍ଦିର ଉପରେ ଲୋକଙ୍କ ବିଶ୍ୱାସ ଖୁବ୍‌ ଗଭୀର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.