ଭଦ୍ରକ: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ । ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଛନ୍ତି । ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇଥିଲେ ।
ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟି ସହ ୧୪ ଜିଲ୍ଲାକୁ ସତର୍କତା, ସନ୍ଧ୍ୟା ୫ଟା ୩୦ ଯାଏଁ ଘଡ଼ଘଡ଼ି ସହ ବର୍ଷା
ଏହି ଅବସରରେ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସ୍କୁଲ ଓ କଲେଜର ଆଲୁମିନି ସଦସ୍ୟଙ୍କୁ ପୁରସ୍କୃତ କରାଯାଇଛି । ଆଗାମୀ ଦିନରେ ସମସ୍ତେ ଉତ୍ସାହିତ ହେବା ସହ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଉଛି ।