scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ, କହିଲେ ନିଜର ଲକ୍ଷ୍ୟ

28/05/2023 at 5:24 PM

ସମ୍ବଲପୁର: ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଇଛନ୍ତି ମୁକେଶ କୁମାର ଭାମୁ । ମୁକେଶ ଭାମୁ ୨୦୧୩ ବ୍ୟାଚର ଆଇପିଏସ୍ ଅଧିକାରୀ ।  ଏହା ପୂର୍ବରୁ ସେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଏସପି ଭାବେ ଯୋଗ ଦେବା ସମୟରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିରୀମାନେ ଉପସ୍ଥିତ ରହିଥିଲେ । ପ୍ରାୟ ସମସ୍ତ ଥାନାର ଥାନାଧିକାରୀ, ବୁର୍ଲା ଓ ସଦର ଏସଡ଼ିପିଓ , ଅତିରିକ୍ତ ଏସପି ତପନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ଏସପିଙ୍କୁ ସ୍ଵାଗତ କରିଥଲେ ।

ଏ ଖବର ପଢନ୍ତୁ- AICC ଶୃଙ୍ଖଳା କମିଟିର ଆକ୍ସନ, ଚିରଞ୍ଜୀବି ଓ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅପରାଧିକ ତତ୍ତ୍ଵଙ୍କୁ ସାବାଡ କରିବା ତାଙ୍କର ଲକ୍ଷ୍ୟ ବୋଲି ନୂତନ ଏସପି  ଭାମୁ ଗଣମାଧ୍ୟମଙ୍କୁ କହିଛନ୍ତି । ସହରରେ ଚାଲୁଥିବା ଅବାଧ ଚୋରି, ଡକାୟତି,  ଜୁଆ ଓ ନିଶା କାରବାର ରୋକିବା ଦିଗରେ ସେ ପ୍ରଥମରୁ କାମ କରିଛନ୍ତି ଓ ଆଗକୁ କରିବେ ବୋଲି ଭାମୁ କହିଛନ୍ତି । ଜିଲ୍ଲାରେ ଏକ ସୁସ୍ଥ ଓ ଭୟମୁକ୍ତ ପରିବେଶ ସୃଷ୍ଟି ପାଇଁ ନୂତନ ଏସପି ସମ୍ବଲପୁରବାସୀଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି । ବିଦାୟୀ ଏସପି ବାତୁଲା ଗଙ୍ଗାଧରଙ୍କ ମୟୁରଭଞ୍ଜ ଜିଲ୍ଲାକୁ ବଦଳି ହେବାପରେ ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁରକୁ ବଦଳି ହୋଇଛି । ଆଜିଠାରୁ ମୁକେଶ କୁମାର ଭାମୁ ସମ୍ବଲପୁର ଏସପି ଭାବେ କାମ ଆରମ୍ଭ କରିଛନ୍ତି ।

   Related Posts