ପରିବାର ସହ ଲଣ୍ଡନରେ ସ୍ୱାଧୀନତା ଦିବସ ପାଳିଲେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ
16/08/2023 at 7:38 PM

ନୂଆଦିଲ୍ଲୀ 16/08 : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମଙ୍ଗଳବାର ଦିନ ସେ ତାଙ୍କ ପରିବାର ସହିତ ଲଣ୍ଡନର ଷ୍ଟୋକ୍ ପାର୍କରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ମୁକେଶଙ୍କ ସହ ପତ୍ନୀ ନୀତା ଅମ୍ବାନୀ, ପୁଅ ଆକାଶ, ଇଶା ଏବଂ ଅନନ୍ତ, ବୋହୂ ଶ୍ଲୋକା ଏବଂ ନାତି ପ୍ରୀଥ୍ୱିୀ ଏବଂ ବେଦ୍ ଯୋଗ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫେସବୁକରେ ସେମାନଙ୍କର ଭିଡିଓ ଶେୟାର କରି ଲେଖିଛନ୍ତି, “ଅମ୍ବାନୀ ପରିବାର 77 ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।” ଏହି କ୍ଲିପ୍ରେ ଦେଖିବାକୁ ମିଳିଛି ଯେ, ନୀତା ଅମ୍ବାନୀ ତାଙ୍କ ସ୍ୱାମୀଙ୍କ ପାଖରେ ଠିଆ ହୋଇ ତ୍ରିରଙ୍ଗାକୁ ଉଡ଼ାଉଥିବା ଦେଖିବାକୁ ମିଳିଛି। କ୍ଲିପ୍ରେ ଝିଅ ଇଶା ଅମ୍ବାନୀ, ବୋହୂ ଶ୍ଲୋକାଙ୍କୁ ବି ଦେଖିବାକୁ ମିଳିଛି। ଭିଡିଓର ସେଷ ଆଡ଼କୁ ଇଶା ବେଦ ଧରିଥିବାବେଳେ ଶ୍ଲୋକା ପୃଥ୍ୱୀଙ୍କୁ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଅମ୍ବାନୀ ପରିବାରର ବରିଷ୍ଠ ସଦସ୍ୟ କୋକିଲାବେନ୍ ଅମ୍ବାନୀ, ମୁକେଶ ଅମ୍ବାନୀଙ୍କ ମଧ୍ୟ ପତାକା ଉଡ଼ାଉଥିବା ଦେଖିବାକୁ ମିଳିଛି।
Also Read- କୋର୍ କମାଣ୍ଡର ସ୍ତରୀୟ ବୈଠକ ଶେଷ; LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ