ରାଧିକାଙ୍କୁ ସାତ ଜନ୍ମର ସାଥି କରିବେ ଅନନ୍ତ ଅମ୍ୱାନୀ, ରାଜସ୍ଥାନରେ ସରିଲା ନିର୍ବନ୍ଧ ଉତ୍ସବ

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନ ପୁଅଙ୍କ ନିର୍ବନ୍ଧ ଶେଷ ହୋଇଛି । ରାଧିକା ମର୍ଚେଣ୍ଟଙ୍କ ସହ ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ହୋଇଛି । ଏହି ଉତ୍ସବରେ ପରିବାରର ଘନିଷ୍ଠ ସଦସ୍ୟ ଥିଲେ । ଅନନ୍ତ ଅମ୍ୱାନୀଙ୍କ ନିର୍ବନ୍ଧ (ରୋକା) ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍ ଗ୍ରୁପର ଅଧ୍ୟକ୍ଷ ପରିମଳ ନାଥୱାନୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୨୭ ବର୍ଷୀୟ ଅନନ୍ତ ଅମ୍ୱାନୀ ହେଉଛନ୍ତି ମୁକେଶ ଅମ୍ୱାନୀ ଏବଂ ନୀତା ଅମ୍ୱାନୀଙ୍କ ସାନ ପୁଅ ।  କିଛି ବର୍ଷ ପୂର୍ବେ ବଡ଼ ଆକାଶ ଅମ୍ୱାନୀ ଏବଂ ଭଉଣୀ ଇଶା ଅମ୍ୱାନୀଙ୍କ ବିବାହ ହୋଇଥିଲା ।

ଦୀର୍ଘ ଦିନରୁ ରାଧିକାଙ୍କ ସହ ଅନନ୍ତଙ୍କ ବିବାହ ନେଇ ଚର୍ଚ୍ଚନା ହୋଇ ଆସୁଛି । ତେବେ ପରିବାର ପକ୍ଷରୁ ଏହା ଉପରେ ଆନୁଷ୍ଠାନିକ ଭାବେ କୌଣସି ଟିପ୍ପଣୀ କରାଯାଇ ନ ଥିଲା । କିନ୍ତୁ ଗୁରୁବାର ରୋକା ଖବର ସ୍ପଷ୍ଟ କରିଛି ଯେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚେଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ନିର୍ବନ୍ଧ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ରାଧିକା ମର୍ଚେଣ୍ଟଙ୍କ ବାପା ବୀରେନ ମର୍ଚେଣ୍ଟ ମଧ୍ୟ ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସେ ଏନକୋର ହେଲ୍ଥକେୟାରର ସିଇଓ । ଗୁଜରାଟ କଚ୍ଛର ମୂଳବାସିନ୍ଦା ମର୍ଚେଣ୍ଟ ପରିବାର ଜନ୍ମିତ ରାଧିକା ଭାରତନାଟ୍ୟମ ନୃତ୍ୟର ଶିକ୍ଷା ନେଇଛନ୍ତି । ରାଧିକା ମର୍ଚେଣ୍ଟ ମଧ୍ୟ ତାଙ୍କ ବାପାଙ୍କ କମ୍ପାନିର ବୋର୍ଡ ଅଫ୍ ଡାଇରେକ୍ଟରରେ ସଦସ୍ୟ । ମିଡିଆ ରିପୋର୍ଟ ଅନୁସାରେ ରାଧିକା ମର୍ଚେଣ୍ଟ ଦୀର୍ଘ ସମୟରୁ ଅନନ୍ତ ଅମ୍ୱାନୀଙ୍କ ସହ ସମ୍ପର୍କରେ ଥିଲେ । ଉଭୟ ପରିବାର ଆରମ୍ଭରୁ ହିଁ ଦୁହିଁଙ୍କ ସମ୍ପର୍କକୁ ସୀକୃତି ଦେଇଥିଲେ ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.