ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଦାୟିତ୍ୱ ନେବେ ମୁକେଶ ଅମ୍ବାନୀଙ୍କ ଉତ୍ତରାଧିକାରୀ: ନୀତାଙ୍କ ଇସ୍ତଫା, କମ୍ପାନୀର ବୋର୍ଡରେ ନିଯୁକ୍ତ ହେଲେ ଆକାଶ, ଇଶା ଓ ଅନନ୍ତ

Published By : Prameya-News7 Bureau | August 28, 2023 IST

ମୁମ୍ବାଇ: ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଦାୟିତ୍ୱ ନେବେ ମୁକେଶ ଅମ୍ବାନୀଙ୍କ ଉତ୍ତରାଧିକାରୀ। ଏଥିପାଇଁ ସୋମବାର ମୁକେଶଙ୍କ ଦୁଇ ପୁଅ ଆକାଶ ଓ ଅନନ୍ତ ଓ ଝିଅ ଇଶା ଅମ୍ବାନୀ କମ୍ପାନୀର ବୋର୍ଡରେ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ ବୋର୍ଡ ଅଫ୍ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି ନୀତା ଅମ୍ବାନୀ। ଏଥିରୁ ସ୍ପଷ୍ଟ ଯେ ଅମ୍ବାନୀ ପରିବାର ଏବେ ଉତ୍ତରାଧିକାରୀଙ୍କୁ ବ୍ୟବସାୟରେ ଦାୟିତ୍ୱ ଦେବାକୁ ଚାହୁଁଛି।

ଏହା ପୂର୍ବରୁ କମ୍ପାନୀ ବାର୍ଷିକ ସାଧାରଣ ବୈଠକରେ ଆକାଶ, ଅନନ୍ତ ଓ ଇଶାଙ୍କର ନିଯୁକ୍ତି ନେଇ ସୂଚନା ଦେଇଥିଲା। ୩ ଜଣ ନନ୍‌ ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କହିଥିଲା। ଏବେ ନିଯୁକ୍ତି ଦେଇ କମ୍ପାନୀ ଷ୍ଟକ୍‌ ଏକ୍ସଚେଞ୍ଜ ପାଇଲଂ ସମୟରେ ସୂଚନା ଦେଇଛି। ଅନ୍ୟପଟେ ନୀତା ବୋର୍ଡ ଅଫ୍‌ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଥିଲେ ବି କମ୍ପାନୀର ଚେୟାର ପର୍ଶନ ହିସାବରେ କମ୍ପାନୀର ସମସ୍ତ ବୋର୍ଡ ମିଟିଂରେ ଯୋଗ ଦେବେ।

ପଢ଼ନ୍ତୁ-ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୪୬ ତମ ଏଜିଏମ୍ ବୈଠକ, ଏହି ସବୁ ହୋଇପାରେ ଲଞ୍ଚ

The Ambani Succession Plan: Isha, Akash, Anant Join Reliance Board

ବଡ଼ ପୁଅ ଆକାଶ ଅମ୍ବାନୀକୁ ଭାରତର ବଡ଼ ମୋବାଇଲ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକୋମ ଲିମିଟେଡ୍‌ର ଚେୟାରମ୍ୟାନ୍ କରିବାକୁ ଗତବର୍ଷ ୬୬ ବର୍ଷ ବୟସ୍କ ବିଜ୍‌ନେସ୍ ଟାଇକୁନ ମୁକେଶ ଅମ୍ବାନୀ ରାସ୍ତା କ୍ଲିୟର କରିଥିଲେ। ଏହାସତ୍ତ୍ୱେ ବି ଅମ୍ବାନ ଜିଓର ଚେୟାର୍‌ମ୍ୟାନ୍ ପଦରେ ରହିଥିଲେ। ଆକାଶଙ୍କ ଜାଆଁଳା ଭଉଣୀ ୩୧ ବର୍ଷୀୟା ଇଶା ବିଦେଶରେ ରିଲାଏନ୍ସର ରିଟେଲର ବ୍ୟବସାୟ କ୍ଷେତ୍ରରେ ନିଯୁକ୍ତି ମିଳିଛି। ସେହିପରି ଅନନ୍ତଙ୍କୁ ନୂଆ ଏନର୍ଜୀ ବିଜ୍‌ନେସ୍ ସେକ୍ଟରେ ନିଯୁକ୍ତି ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.