ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରେ ଅମ୍ବାନୀ ଘରର ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ରାଧିକ ମାର୍ଚ୍ଚାଣ୍ଟଙ୍କ ସହ ବାହାଘର ଅଛି। ଏଥିପାଇଁ ଘର ଘର ବୁଲି ବନ୍ଧୁ ନିମନ୍ତ୍ରଣ କରୁଛନ୍ତି ରିଲାଏନ୍ସ ଗ୍ରୁପ୍ ମାଲିକ ମୁକେସ ଅମ୍ବାନୀ। ଏଥିପାଇଁ ଗୁରୁବାର ଅମ୍ବାନୀ ନୂଆଦିଲ୍ଲୀ ସ୍ଥିତ ଜନପଥ ୧୦ ରୋଡ୍ରେ ଥିବା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ। ସୋନିଆଙ୍କୁ ଭେଟି ପୁଅ ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି ଅମ୍ବାନୀ।
ମିଡିଆ ରିପୋର୍ଟ ଅନୁସାରେ, ମୁକେଶ ପୁଅ ଅନନ୍ତ ଅମ୍ବାନୀ ଓ ଭାବି ବହୂ ରାଧିକା ମାର୍ଚ୍ଚମାଣ୍ଟଙ୍କ ବିବାହ କାର୍ଡ ସୋନିଆ ଗାନ୍ଧୀଙ୍କୁ ଦେଇଥିଲେ। ଏବଂ ବାହାଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ସାଂଗରେ ସାନ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ଯାଇଥିଲେ ବୋଲି ମିଡିଆରେ ଖବର ପ୍ରକାଶ ପାଇଛି।
ସୂଚନା ଥାଉକି ଅମ୍ବାନୀ ପରିବାରର ସବୁଠାରୁ ସାନ ପୁଅ ହେଉଛନ୍ତି ଅନନ୍ତ ଅମ୍ବାନୀ। ସେ ଏଙ୍କୋର ହେଲ୍ଥର ସିଇଓ ଓ ଉପାଧ୍ୟକ୍ଷ ବିରେନ ମାର୍ଚ୍ଚାଣ୍ଟଙ୍କ ଝିଅ ରାଧିକ ମାର୍ଚ୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଉତ୍ସବ କିଛିଦିନ ଯାଏ ଚାଲିବ। ଜୁଲାଇ ୧୨ ତାରିଖରୁ ବିବାହ ଆରମ୍ଭ ହେବା ପରେ ଜୁଲାଇ ୧୩ ରେ ଶୁଭ ଆଶୀର୍ବାଦ ଓ ଜୁଲାଇ ୧୪ ତାରିଖରେ ମଙ୍ଗଳ ଉତ୍ସବରେ ଶେଷ ହେବ।