ବିଶ୍ୱ ଧନୀ ତାଲିକାରେ ଭାରତୀୟଙ୍କ ଜଲ୍‌ୱା: ବର୍ଷକରେ ୨୫ ଜଣ ନୂଆ ଆରବପତି ସାମିଲ୍, ମୁକେଶ ଅମ୍ବାନୀ ଦେଶର ନମ୍ବର ୱାନ୍ ଧନୀ

Published By : Prameya-News7 Bureau | April 03, 2024 IST

hindustantimes

ନୂଆଦିଲ୍ଲୀ: ଏଥର ବି ଭାରତର ନମ୍ବର ୱାନ୍ ଧନୀ ହୋଇଛନ୍ତି ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ। ଫୋର୍ବ୍ସ ୨୦୨୪ ବିଶ୍ୱ ଧନୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀ ୯ ନମ୍ବର ସ୍ଥାନରେ ଥିବା ବେଳେ ସେ ଭାରତର ଏକ ନମ୍ବର ସ୍ଥାନରେ ରହିଛନ୍ତି। ରିଲାଏନ୍ସର ବ୍ୟବସାୟ ଟେଲିକମ ଠାରୁ ଆରମ୍ଭ କରି ଦୂରସଂଚାର ପର୍ଯ୍ୟନ୍ତ ଲମ୍ବିଛି। ଫୋର୍ବ୍ସର ରିପୋର୍ଟ ଅନୁଯାୟୀ ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ଅରବ ଡଲାର। ଗତବର୍ଷ ତାଙ୍କ ସମ୍ପତ୍ତିର ମୂଲ୍ୟ ୮୩.୪ ଆରବ ଡଲାର ଥିଲା।     

ମୁକେଶ ଅମ୍ବାନୀଙ୍କ ପଛକୁ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାରେ ୧୭ ନମ୍ବର ସ୍ଥାନରେ ଥିବା ବେଳେ ଭାରତରେ ସେ ଦ୍ୱିତୀୟ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୮୪ ଅରବ ଡଲାର। ୨୦୨୩ ମସିହାରେ ଆମେରିକାର ଶଟ ସେଲର ହିଣ୍ଡନବର୍ଗ ରିସର୍ଚ୍ଚ ଜାରି କରିଥିବା ଏକ ରିପୋର୍ଟରେ ଆଦାନୀଙ୍କ ସମ୍ପତ୍ତି ୨୦୨୨ ସୁଦ୍ଧା ୯୦ ବିଲିୟନ ଡଲାରରୁ ୪୭.୨ ବିଲିୟନ ଡଲାରକୁ ଖସି ଆସିଥିଲା। ତେବେ ଆଦାନୀ ଗ୍ରୁପ୍ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ। 

ଫୋର୍ବସ୍ ୨୦୨୪ ଧନୀ ତାଲିକାରେ ୨,୭୮୧ ଜଣଙ୍କୁ ରହିଛନ୍ତି। ଗତ ବର୍ଷ ତୁଳନାରେ ଏଥିରେ ୧୪୧ ଜଣ ଅଧିକ ଧନୀଙ୍କୁ ସାମିଲ୍ କରାଯାଇଛି। ତାଲିକା ଅନୁଯାୟୀ, ବିଶ୍ୱର ଧନୀ ଲୋକମାନେ ଆହୁରି ଧନୀ ହୋଇଛନ୍ତି। ସେମାନଙ୍କର ମୋଟ ସମ୍ପତ୍ତି ହେଉଛି ୧୪.୨ ଟ୍ରିଲିୟନ ଡଲାର, ଯାହା ୨୦୨୩ ତୁଳନାରେ ୨ ଟ୍ରିଲିୟନ ଡଲାର ଅଧିକ। ତାଲିକାରେ ଅନ୍ତର୍ଭୁକ୍ତ ଦୁଇ-ତୃତୀୟାଂଶ ଧନୀଙ୍କର ସମ୍ପତ୍ତି ବର୍ଷ ପୂର୍ବେ ଅପେକ୍ଷା ବୃଦ୍ଧି ପାଇଛି। ସେହିପରି ଏକ ଚତୁର୍ଥାଂଶ ଧନୀଙ୍କ ସମ୍ପତ୍ତି ହ୍ରାସ ପାଇଛି।

ପଢ଼ନ୍ତୁ-ମୃଦୁ ପାନୀୟ ଉପରେ ଏହି ଶବ୍ଦ ବ୍ୟବହାର ନ କରିବାକୁ ସମସ୍ତ ଇ-କମର୍ଶକମ୍ପାନୀକୁ ସରକାରଙ୍କ ଚେତାବନୀ

ଫୋର୍ବ୍ସର ତାଲିକା ଅନୁସାରେ, ଫେସନ ଓ କସ୍‌ମେଟିକ୍ କିଙ୍ଗ୍ ବର୍ଣ୍ଣାର୍ଡ ଆର୍‌ନୌଲ୍ଟ ୨୩୩ ଆରବ ଡଲାର ସମ୍ପତ୍ତି ସହ ନମ୍ବର ୱାନ୍ ପୋଜିସନ୍‌ରେ ଥିବା ବେଳେ ୧୯୫ ଆରବ ଡଲାର ସହ ଏଲନ ମସ୍କ ଦ୍ୱିତୀୟ ଓ ୧୯୪  ଆରବ ଡଲାର ସର ଆମାଜନ ମାଲିକ ଜେପ୍ ବେଜୋସ୍ ତୃତୀୟ ସ୍ଥାନରେ ରହିଛନ୍ତି। ଏହାପରେ ୧୭୭ ଆରବ ଡଲାର ସମ୍ପତ୍ତି ସହ ଫେସ୍‌ବୁକ୍‌ ସଂସ୍ଥାପକ ମାର୍କ ଡୁକରବର୍ଗ ଚତୁର୍ଥ ସ୍ଥାନରେ ରହିଛନ୍ତି।   

ଆରବପତିଙ୍କ ତାଲିକାରେ ଆମେରିକାର ସର୍ବାଧିକ ୮୧୩ ଆରବପତି ହୋଇଥିବା ବେଳେ ତା ପଛକୁ ଚୀନରେ ୪୭୩ ଜଣ ଆରବପତି ରହିଛନ୍ତି। ସେହିପରି ଭାରତରେ ଆରପତିଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୨୫ ଜଣ ବଢ଼ି ୨୦୦ ହୋଇଛନ୍ତି।  ଆରପତିଙ୍କ ମୋଟ ସମ୍ପତ୍ତିର ଗଣନା କରିବା ପାଇଁ ୨୦୨୪ର ଷ୍ଟକ୍‌ ମୂଲ୍ୟ ଓ ବିନିମୟ ହାରର ବ୍ୟବହାର କରାଯାଇଛି ବୋଲି ଫୋର୍ବ୍ସ କହିଛି। 

ବିଶ୍ୱ ଧନୀ ତାଲିକାରେ ରହିଛନ୍ତି ଏହି ଭାରତୀୟ

ବିଶ୍ ବିଲିୟନେୟାର ତାଲିକାରେ ଥିବା ଭାରତୀୟଙ୍କ ମଧ୍ୟରେ ଆଇଟି ଜାଏଣ୍ଟ ଏବଂ ଏଚସିଏଲ ସହ-ପ୍ରତିଷ୍ଠାତା ଶିବ ନାଦର ୩୬,୯ ଆରବ ଡଲାର ସମ୍ପତ୍ତି ୩୯ ତମ ସ୍ଥାନରେ ଥିବା ବେଳେ ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ(୩୩.୫ ଆରବ ଡଲାର) ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ଶନ ଫାର୍ମାର ଦିଲ୍ଲୀପ ସାଂଘବୀ(୨୬.୭ ଆରବ ଡଲାର), ୬୯ ତମ ସ୍ଥାନ, ଭ୍ୟାକ୍ସିନ ନିର୍ମାତା ସାଇରସ ପୁନାୱାଲ(୨୧.୩ ଆରବ ଡଲାର) ୯୦ ତମ ସ୍ଥାନ,ରିୟଲଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂହ(୨୦.୯ ଆରବ ଡଲାର) ସମ୍ପତ୍ତି ସହ ୯୨ ତମ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.