AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ମୁକେଶ ଅମ୍ୱାନୀଙ୍କୁ ଧମକ ଦେଉଥିବା ବ୍ୟକ୍ତି ଗିରଫ, ଅଢେଇ ଘଣ୍ଟାରେ କରିଥିଲା ୯ କଲ, ଅଭିଯୁକ୍ତ ପେଶାରେ ସୁନା ବ୍ୟବସାୟୀ

15/08/2022 at 10:23 PM

ମୁମ୍ୱାଇ: ରାଲାଏନ୍ସ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ୱାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଫୋନ କରିଥିବା ବ୍ୟକ୍ତିର ନାଁ ବିଷ୍ଣୁ ବିଦୁ ଭୌମିକ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତର ବୟସ ୫୬ ବର୍ଷ ହୋଇଥିବା ବେଳେ ବୋରିବଲିରେ ତାଙ୍କ ଘର ହୋଇଥିବା ଜଣାପଡିଛି।

ମୁମ୍ୱାଇ ପୋଲିସର ସୂଚନା ଅନୁସାରେ ଆଇପିସିର ଧାରା ୫୦୬ (୨)ର ଅନୁସାରେ ଏଫଆଇଆର ରୁଜୁ କରିଥିଲା । ଅଭିଯୁକ୍ତ ନିଜ ବ୍ୟକ୍ତିଗତ ଫୋନରୁ ଆଠ ଭିନ୍ନ ଭିନ୍ନ ନମ୍ୱରରେ ସକାଳ ୧୦.୩୯ରୁ ୧୨.୦୪ ମିନିଟ ମଧ୍ୟରେ ପ୍ରାୟ ୯ ଥର କଲ କରିଥିଲା।

ଗିରଫ ହୋଇଥିବା ଅଭିଯୁକ୍ତ ପେଶାରେ ଜଣେ ସୁନା ବ୍ୟବସାୟୀ । ଦକ୍ଷିଣ ମୁମ୍ୱାଇରେ ତାଙ୍କ ଦୋକାନ ରହିଛି । ରିପୋର୍ଟ ଅନୁସାରେ ଫୋନ କରି ଧମକ ଦେବା ସମୟରେ ସେ ନିଜର ନାଁ ଅଫଜଲ କହିଥିଲା।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇ କହିଛି, ‘ଭୌମିକ ପୂର୍ବରୁ ମଧ୍ୟ ଏହିପରି କମ କରିଥିଲା । ତେବେ ଏହି ଫୋନ କଲ ପଛର କାରଣ ଜାଣିବା ପାଇଁ ଭୌମିକକୁ ଅଧିକ ପଚରାଉଚରା କରାଯାଉଛି । ତେବେ ଅଭିଯୁକ୍ତ ମାନିସକ ସ୍ତରରେ ସୁସ୍ଥ ଅଛି କି ନାହିଁ ତାହା ଜଣାପଡି ନାହିଁ’।

   Related Posts