ଦେଶରେ ବଢୁଛି ଅମ୍ବାନୀଙ୍କ ବ୍ୟବସାୟ: ଏବେ ଚକୋଲେଟ୍ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି, କିଣିବେ ଏହି କମ୍ପାନୀର ଶେୟାର୍

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଲୀ: ବ୍ୟବସାୟରେ ନୂଆ ରଣ କୌଶଳରେ ମାହିର ମୁକେଶ ଅମ୍ବାନୀ ଦେଶର ଅନେକ ଛୋଟବଡ଼ କମ୍ପାନୀକୁ କିଣିସାରିଲେଣି। ଏମିତି ଛୋଟୋ ଛୋଟୋ କମ୍ପାନୀ କିଣି ରିଲାଏନ୍ସ ଗ୍ରୁପ୍‌ ବିଭିନ୍ନ କ୍ଷେତ୍ରରେ ପୂରା ଦେଶର ମାର୍କେଟ୍‌ କବ୍ଜା କରିବାର ଲକ୍ଷ୍ୟ ରଖିଛି।

ଏବେ ପୁଣି ଏକ ଚୋକୋଲେଟ୍ କମ୍ପାନୀର ଶେୟାର ଅଧିଗ୍ରହଣ କରିବାକୁ ବସିଛି ରିଲାଏନ୍ସ ଗ୍ରୁପ୍। ଏନଇ ରିଲାଏସନ୍ ରିଟେଲ ପକ୍ଷରୁ ସୂଚନା ଦିଆଯାଇଛି। ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ LOTOUSର ୬୫,୪୮,୯୩୫ ଇକ୍ୱିଟି ଶେୟାର ଅଧିଗ୍ରହଣ କରିବ। ଯାହା କମ୍ପାନୀର ବର୍ତ୍ତମାନ ପ୍ରମୋଟର ଓ ପ୍ରମୋଟର ଗ୍ରୁପର ୫୧ ପ୍ରତିଶତ।

ଏହି ଡିଲ୍ ଶେୟାର ପିଛା ୧୧୩ ଟଙ୍କା ହିସାବରେ ହୋଇଛି। ଏହି ହିସାବରେ ସମ୍ପତ୍ତିର ମୋଟ ମୂଲ୍ୟ ୭୪ କୋଟି ଟଙ୍କା ହୋଇଛି। କେବଳ ସେତିକି ନୁହେଁ ଅମ୍ବାନୀଙ୍କ କମ୍ପାନୀ LOTOUSର ସାର୍ବଜନିକ ଶେୟାରଧାରକମାନଙ୍କ ପାଇଁ ୨୬ ପ୍ରତିଶତ ଓପନ ଅଫର ମଧ୍ୟ ଦେଇଛି।  ଫଳରେ LOTOUSର ୩୩,୩୮,୬୩୭ ଇକ୍ୱିଟି ଶେୟାରର ଅଧିଗ୍ରହଣ କରାଯିବ।

ଏହି ଡିଲ୍ ହେବା ପରେ ରିଲାଏନ୍ସ ରିଟେଲ ଭେଞ୍ଚର ଲିମିଟେଡ୍‌ରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ ଆମେ LOTOUSର ଅନୁଭବି ଟିମ ସହ କାମ କରିବାକୁ ଇଚ୍ଛୁକ ଅଛୁ। ଆମେ କମ୍ପାନୀର ବ୍ୟବସାୟକୁ ଆହୁରି ବଢ଼ାଇବୁ। ଅନ୍ୟପଟେ LOTOUS କମ୍ପାନୀର ପ୍ରତିଷ୍ଠାତା ଅଭିଜିତ ପଇ କହିଛନ୍ତି ଆମେ ରିଲାଏନ୍ସ ସହ କାମ କରି ବହୁତ ଖୁସୀ ଅନୁଭବ କରୁଛୁ। କମ୍ପାନୀ ସହିତ ଆମର ରଣନୈତିକ ଭାଗିଦାରୀ ହେବ ବୋଲି ଅଭିଜିତ କହିଛନ୍ତି। ଏହି ଡିଲ୍ ପରେ LOTOUS କମ୍ପାନୀର ଶେୟାର ଗୁରୁବାର ବଢ଼ିଛି। କାର୍ଯ୍ୟଦିବସ ଶେଷରେ ବିଏସ୍‌ଇ ଇଣ୍ଡେକ୍ସରେ LOTOUS ଚକଲେଟ୍‌ର ଶେୟାର ମୂଲ୍ୟ ୧୧୭.୧୦ ଟଙ୍କା ରହିଥିଲା। LOTOUS କମ୍ପାନୀର ମାର୍କେଟ କ୍ୟାପିଟାଲ୍ ୧୫୦ କୋଟି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.