ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗରେ ୨୦ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ

Published By : Prameya-News7 Bureau | November 21, 2023 IST

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ସପ୍ତମ ବେଙ୍ଗଲ ଗ୍ଲୋବାଲ ସମ୍ମିଳନୀ ଚାଲୁଛି। ରାଜ୍ୟରେ ଜୈବ ଇନ୍ଧନକୁ ତ୍ୱରାନ୍ୱିତ  ଗ୍ରୀନ୍‌ ହାଇଡ୍ରୋଜେନ୍‌ ଯୋଜନା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେପଟେ ଏହି ସର୍ବଭାରତୀୟ ବ୍ୟବସାୟ ସମ୍ମିଳନୀରେ ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗରେ ୨୦ ହଜାର କୋଟି ଟଙ୍କା ବିନିଯୋଗ କରିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ବିନିଯୋଗ କରାଯିବ।

ମୁକେଶ ଅମ୍ବାନୀ କହିଛନ୍ତି, "ରିଲାଏନ୍ସ ବଙ୍ଗର ବିକାଶରେ କୌଣସି ପଦ୍ଧତିକୁ ଛଡାଯିବ ନାହିଁ। ଏପର୍ଯ୍ୟନ୍ତ ରିଲାଏନ୍ସ ପଶ୍ଚିମବଙ୍ଗରେ ପ୍ରାୟ ୪୫ ହଜାର କୋଟି ଟଙ୍କା ବିନିଯୋଗ କରିଛି। ଆସନ୍ତା ୩ ବର୍ଷରେ ଆମେ ଅତିରିକ୍ତ ୨୦ ହଜାର କୋଟି ଟଙ୍କା ବିନିଯୋଗ କରିବୁ।"

ମୁକେଶ ଅମ୍ବାନୀ କହିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଏହି ବିନିଯୋଗ ଟେଲିକମ୍, ଖୁଚୁରା ଏବଂ ବାୟୋ ଶକ୍ତି କ୍ଷେତ୍ରରେ କରାଯିବ। ଆମେ ରାଜ୍ୟର ପ୍ରତ୍ୟେକ କୋଣକୁ 5G ନେଉଛୁ, ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ସଂଯୋଗ ହେଉଛି। ଜିଓ ଟୁ 5G ନେଟୱର୍କ ପଶ୍ଚିମବଙ୍ଗର ଅଧିକାଂଶ ଭାଗରେ ପହଞ୍ଚିଛି ଜିଓର ନେଟୱାର୍କ ରାଜ୍ୟର ୯୮.୮ ପ୍ରତିଶତ ଏବଂ କୋଲକାତା ଟେଲିକମ୍ ସର୍କଲରେ ଶତ ପ୍ରତିଶତ ଜନସଂଖ୍ୟାକୁ ଯୋଡିପାରିଛି । ଜିଓର ଶକ୍ତିଶାଳୀ ନେଟୱର୍କ ପଶ୍ଚିମବଙ୍ଗରେ ରୋଜଗାର ସହିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷିକୁ ବହୁ ପରିମାଣରେ ପ୍ରୋତ୍ସାହିତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.