Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫୋର୍ବ୍ସ ରିପୋର୍ଟ: ବିଶ୍ୱରେ କମୁଛି ଭାରତରେ ବଢୁଛି ଅରବପତିଙ୍କ ସଂଖ୍ୟା: ବିଶ୍ୱ ଧନୀ ତାଲିକାରେ ୯ମ ସ୍ଥାନରେ ମୁକେଶ ଅମ୍ବାନୀ, ଅଦାନୀ… ?

5/04/2023 at 1:05 PM

ନୂଆଦିଲ୍ଲୀ: ଫୋର୍ବ୍ସ ପତ୍ରିକାର ବିଶ୍ୱ ଧନୀ ତାଲିକାରେ ଭାରତୀୟ ଶିଳ୍ପପତୀ ମୁକେଶ ଅମ୍ଭାନୀ ନବମ ସ୍ଥାନରେ ପହଞ୍ଚିଛନ୍ତି। ମନ୍ଥର ଗତିରେ ହେଲେ ବି ମୁକେଶ ତାଲିକାରେ ଟପ୍ ୧୦ ତାଲିକାରୁ ଆଗକୁ ଆଗକୁ ଯାଉଥିବା ବେଳେ ହଠାତ୍ ଉପରକୁ ଉଠିଥିବା ଆଦାନୀ କିନ୍ତୁ ତାଲିକାରେ ୨୪ ନମ୍ବର ସ୍ଥାନକୁ ଖସିଯାଇଛି।

ଫୋର୍ବ୍ସ ପତ୍ରିକାର ୩୭ ତମ ବାର୍ଷିକ ଧନୀ ତାଲିକା ୨୦୨୩ ପ୍ରକାଶ ପାଇଛି। ଏଥିରେ ମୁକେଶ ଅମ୍ବାନୀ ୮୩.୪ ବିଲିଅନ ଆମେରିକୀୟ ଡଲାର ସହ ୯ମ ସ୍ଥାନରେ ରହିଥିବା ବେଳେ ଏସିଆରେ ନମ୍ବର ୱାନ୍ ଧନୀ ସ୍ଥାନ ବଜାଇ ରଖିଛନ୍ତି।

ଗତବର୍ଷ ଏହି ତାଲିକାରେ ଅମ୍ବାନୀ ୯୦.୭ ବିଲିଅନ ଆମେରିକୀୟ ଡଲାର ସମ୍ପତ୍ତି ସହ ୧୦ ସ୍ଥାନରେ ଥିଲେ। ତେବେ ସଦ୍ୟ ତାଲିକାରେ ଅମ୍ବାନୀ ମାଇକ୍ରୋସଫ୍ଟର ଷ୍ଟିଭ୍, ବାଲମେର, ଗୁଗଲର ଲେର୍ରୀ ପେଜ୍ଓ ସର୍ଗେ ବ୍ରିନ, ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ, ଡେଲ୍‌ର ମାଇକେଲ ଡେଲ୍‌ଙ୍କୁ ବି ଧନୀ ତାଲିକାରେ ପଛରେ ପକାଇ ଦେଇଛନ୍ତି।

ଅନ୍ୟପଟେ ଗୌତମ ଆଦାନୀ ଭାରତର ଦ୍ୱିତୀୟ ସର୍ବାଧିକ ଧନୀ ରହିଛନ୍ତି। ହେଲେ ବିଶ୍ୱସ୍ତରରେ ସେ ୨୪ ତମ ସ୍ଥାନକୁ ଖସିଆସିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ମୂଲ୍ୟ ୪୭.୨ ବିଲିଅନ ଡଲାର ରହିଛି।

ଭାରତରେ ତାଙ୍କ ପଛକୁ ରହିଛନ୍ତି ଏଚ୍‌ସିଏଲ୍ ଟେକ୍ନୋଲୋଜି ଶିବ ନାଦର। ସେ ଭାରତରେ ତୃତୀୟ ଧନୀ ହୋଇଥିବା ବେଳେ ୨୫.୫ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱ ଧନୀ ତାଲିକାରେ ୫୫ ସ୍ଥାନରେ ରହିଛନ୍ତି।

ବିଶ୍ୱରେ ଧନୀ ସଂଖ୍ୟା କମୁଛି ହେଲେ ଭାରତରେ ବଢୁଛି-

ଅନ୍ୟପଟେ ଫୋର୍ବ୍ସ ଗଣନାରେ ବିଶ୍ୱ ଧନୀ ସଂଖ୍ୟାରେ ହ୍ରାସ  ଘଟିଛି। ଗତବର୍ଷ ଧନୀ ସଂଖ୍ୟା ୨୬୬୮ ଥିବା ବେଳେ ଏଥର ୨୬୪୦ ରହିଯାଇଛନ୍ତି। ତେବେ ଭାରତରେ କିନ୍ତୁ ଧନୀ ତାଲିକାରେ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୨ରେ ଭାରତରେ ଧନୀଙ୍କ ସଂଖ୍ୟା ୧୬୬ ଥିବା ବେଳେ ୨୦୨୩ରେ ସଂଖ୍ୟା ବଢ଼ି ୧୬୯ ହୋଇଛି।   

ବିଶ୍ୱରେ ଧନୀ ତାଲିକାରରେ ହ୍ରାସ ହେବା ନେଇ ଫୋର୍ବ୍ସ କହିଛି ଯେ ଷ୍ଟକ୍‌ ଖସିବା, ୟୁନିକର୍ଣ୍ଣଙ୍କ ସ୍ଥିତି ଖରାପ ଓ ବଢୁଥିବା ସୁଧ ଯୋଗୁ ଧନୀ ତାଲିକାରେ ହ୍ରାସ ହୋଇଛି। ପୃଥିବୀର ଥିବା ଧନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇ ୧୨.୨ ଟ୍ରିଲିୟନ ଡଲାର ରହିଛି। ଯାହା ମାର୍ଚ୍ଚ ୨୦୨୨ରେ ୧୨.୭ ଟ୍ରିଲିୟନ ଡଲାର ଥିଲା। ଧନୀଙ୍କ ସମ୍ପତ୍ତିର ୫୦୦ ବିଲିୟନ ହ୍ରାସ ଘଟିଛି ବୋଲି ଫୋର୍ବ୍ସ କହିଛି।

ସର୍ବାଧିକ ଧନୀ ଥିବା ଦେଶରେ ତୃତୀୟରେ ଭାରତ

ପତ୍ରିକାର ସୂଚନା ଅନୁସାରେ ଧନୀ ତାଲିକାରେ ଏବେ ବି ଆମେରିକା ଏକ ନମ୍ବରରେ ରହିଛି। ଏଠାରେ ସର୍ବାଧିକ ଅରବପତିମାନେ ଅଛନ୍ତି। ଆମେରିକାରେ ୭୩୬ ଅରବପତି ଥିବା ବେଳେ ଏମାନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ଟ୍ରିଲିୟନ ଡଲାର ରହିଛି। ଦ୍ୱିତୀୟ ସର୍ବାଧିକ ଅରବପତିଙ୍କ ଦେଶ ହେଉଛି ଚୀନ(ହଂକଂ ଓ ମକାଉକୁ ମିଶାଇଲେ)। ଚୀନରେ ୫୬୨ ଅରବପତି ଅଛନ୍ତି। ଏମାନଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨ ଟ୍ରିଲିୟନ ଡଲାର। ଏହାପଛକୁ ରହିଛି ଭାରତ। ଭାରତରେ ୧୬୯ ଅରବପତି ଅଛନ୍ତି। ଯେଉଁମାନଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୬୭୫ ବିଲିୟନ ଡଲାର ରହିଛି।

ଭାରତରେ ଧନୀ ତାଲିକା

ମୁକେଶ ଅମ୍ବାନୀ ଧନୀ ତାଲିକାରେ ନମ୍ବର ୱାନ୍ ଥିବା ବେଳେ ଦ୍ୱିତୀୟରେ ଅଛନ୍ତି ଗୌତମ ଆଦାନୀ। ତୃତୀୟ ୟରେ ୨୫.୬ ବିଲିୟନ ଡଲାର ସହ ଶିବ ନାଦର ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୨୨.୬  ବିଲିୟନ ଡଲାର ସମ୍ପତ୍ତି ସହ ସାଇରସ୍ ପୁନାୱାଲା ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଚମ ସ୍ଥାନରେ ଲକ୍ଷ୍ମୀ ମିତଲ, ଷଷ୍ଠ ସ୍ଥାନରେ ସାବିତ୍ରୀ ଜିନ୍ଦଲ, ସପ୍ତମ ସ୍ଥାନରେ ଦିଲ୍ଲୀପ ସଂଘବୀ, ଅଷ୍ଟମ ସ୍ଥାନରେ ରାଧାକିଶନ ଦମାନୀ, ନବମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲ୍ଲା ଓ ୧୦ ସ୍ଥାନରେ ଉଦୟ କୋଟକ ରହିଛନ୍ତି।

   Related Posts