ବେଜୋସ୍‌, ଜ୍ୟାକ୍‌ ମାଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ - ସମ୍ପତ୍ତି ୧.୨୮ ଲକ୍ଷ କୋଟି ବୃଦ୍ଧି

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ,୨୫୧୨: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଏକନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ଚଳିତବର୍ଷ ୧,୮୦୦ କୋଟି ଡଲାର ବଢ଼ିଛି । ଟଙ୍କାରେ ହିସାବ କଲେ ଏହା ପାଖାପାଖି ୧.୨୮ ଲକ୍ଷ କୋଟି ଟଙ୍କା ହେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସେୟାର ମୂଲ୍ୟରେ ୪୦% ବୃଦ୍ଧି ଯୋଗୁ ଅମ୍ବାନିଙ୍କ ସମ୍ପତ୍ତିରେ ଏଭଳି ଆଶାତୀତ ବୃଦ୍ଧି ଦେଖିବାକୁ ମିଳିଛି ।

{"id":134600,"sizeSlug":"large"}


ଚଳିତବର୍ଷ ସମ୍ପତ୍ତି ବୃଦ୍ଧିରେ ମୁକେଶ ଅମ୍ବାନି ବିଶ୍ୱର କିଛି ଆଗଧାଡ଼ିର ସୁପର ଧନୀଙ୍କୁ ପଛରେ ପକାଇ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଇ-କମର୍ସ କମ୍ପାନି ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଏବଂ ଅଲିବାବା ଗ୍ରୁପ୍‌ ପ୍ରତିଷ୍ଠାତା ଜ୍ୟାକ୍‌ ମା ରହିଛନ୍ତି । ୨୦୧୯ରେ ଜ୍ୟାକ୍‌ ମାଙ୍କ ସମ୍ପତ୍ତି ୧,୧୩୦ କୋଟି ଡଲାର ବଢ଼ିଛି । ବେଜୋସ୍‌ଙ୍କ ସମ୍ପତ୍ତିରେ ୧,୩୨୦ କୋଟି ଡଲାର ବୃଦ୍ଧି ଦେଖିବାକୁ ମିଳିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପ୍ରମୁଖ ବ୍ୟବସାୟ ତୈଳ ବିଶୋଧନ ଏବଂ ପେଟ୍ରୋକେମିକାଲ୍‌ ହୋଇଥିବା ବେଳେ ଚଳିତବର୍ଷ ଏହା ନିଜ ରଣନୀତି ବଦଳାଇଥିଲା । ଖାଉଟି ଉତ୍ପାଦ ଏବଂ ଟେଲିକମ୍‌ ବ୍ୟବସାୟ ଉପରେ ଏହା ଫୋକସ୍‌ କରିଥିଲା । ଫଳରେ ଭାରତର ଏସ୍‌ଆଣ୍ଡ୍‌ପି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ କମ୍ପାନିର ସେୟାର ମୂଲ୍ୟରେ ନାହିଁ ନଥିବା ବୃଦ୍ଧି ଦେଖିବାକୁ ମିଳିଥିଲା ।

{"id":171588,"sizeSlug":"large"}


ରିଲାଏନ୍ସ ଉପରେ ନିବେଶକମାନେ ଆଖିବୁଜା ପୁଞ୍ଜି ଲଗାଇଥିଲେ । ଭାରତରେ ଟେଲିକମ୍ୟୁନିକେସନ୍‌ ଏବଂ ଖୁଚୁରା ବଜାରର ଭବିଷ୍ୟତ ବେଶ୍‌ ଉଜ୍ଜ୍ୱଳ ରହିଥିବାରୁ ରିଲାଏନ୍ସ ଏହା ଉପରେ ମନୋନିବେଶ କରିଥିଲା । ଆମାଜନ୍‌ ଭଳି ବୃହତ୍‌ ଇ-କମର୍ସ କମ୍ପାନିକୁ ଭାରତରେ ମାତ୍‌ ଦେବା ପାଇଁ ଏହା ନୂଆ ଯୋଜନା କରିଥିଲା । ଫଳରେ ଏହା ନିବେଶକଙ୍କୁ ଆକୃଷ୍ଟ କରିଥିଲା । କମ୍ପାନିର ଟେଲିକମ୍‌ ବ୍ୟବସାୟ ରିଲାଏନ୍ସ ଜିଓ ମାତ୍ର ୩ ବର୍ଷ ମଧ୍ୟରେ ଭାରତର ଏକନମ୍ବର କମ୍ପାନି ହୋଇପାରିଛି ।


ଟିସିଜି ଆସେଟ୍‌ ମ୍ୟାନେଜ୍‌ମେଣ୍ଟର ମୁଖ୍ୟ ନିବେଶ ଅଧିକାରୀ ଚକ୍ରି କୋଲପ୍ରିୟ କହିଛନ୍ତି, ମୁକେଶ ଅମ୍ବାନି ଚଳିତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବ୍ୟାଖ୍ୟା ହିଁ ବଦଳାଇଦେଲେ । ଏହା କେବଳ ତୈଳ ଓ ଗ୍ୟାସ୍‌ ନୁହେଁ, ଟେଲିକମ୍‌ ଓ ଖୁଚୁରା କ୍ଷେତ୍ରରେ ମଧ୍ୟ ଚମକିଥିଲା । ଖୁବ୍‌ଶୀଘ୍ର ଏହା ଘରୋଇ ଇ-କମର୍ସ ବଜାରରେ ଜୋରଦାର ପ୍ରବେଶ କରିବ ବୋଲି ବଡ଼ ଯୋଜନା ପ୍ରସ୍ତୁତ କରିଛି । ଅତ୍ୟନ୍ତ ସଫଳତାପୂର୍ବକ ମୁକେଶ ଘରୋଇ କ୍ଷେତ୍ରରେ ଥିବା ସୁଯୋଗକୁ ଠଉରାଇ ତଦନୁସାରେ ନିବେଶ କରିଛନ୍ତି । ଆଗାମୀ ୪ ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ପୁଣି ଦୁଇଗୁଣା ବଢ଼ିବ ବୋଲି ଆମେ ଆଶା କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.