ଇଣ୍ଡିପେଣ୍ଡେସ୍ ବ୍ରାଣ୍ଡ ନାଁରେ FMCG ମାର୍କେଟ୍‌ରେ ରିଲାଏନ୍ସର ଏଣ୍ଟ୍ରି; ଆଇଟିସି, ଟାଟା, ପତଞ୍ଜଳି ଓ ଆଦାନୀଙ୍କ କମ୍ପାନୀ ସହ ହେବ କଡ଼ା ଟକ୍କର

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ଟେଲିକମ୍ ବ୍ୟବସାୟରେ ଅଭୂତ ପୂର୍ବ ସଫଳତା ପରେ ଏବେ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ ବ୍ୟବସାୟକୁ ଓହ୍ଲାଇଲା ମୁକେଶ ଅମ୍ବାନୀଙ୍କ ରିଲାୟଏନ୍ସ କମ୍ପାନୀ। ଟାଟା, ଅଡାନୀ, ଆଇଟିସି, ପତଞ୍ଜଳିକୁ ଟକ୍କର ଦେବ ଅମ୍ବାନୀଙ୍କ 'ଇଣ୍ଡିପେଣ୍ଡେସ୍' ପ୍ୟାକେଟ୍ ସାମଗ୍ରୀ।

ଫାଷ୍ଟ ମୁଭିଂ କଞ୍ଜୁମର ଗୁଡ୍ସ(ଏଫ୍‌ସିଜି)ରେ ଭାରତ ବିଶ୍ୱର ଚତୁର୍ଥ ବଡ଼ ବଜାର। ଟେଲିକମ୍‌ ମାର୍କେଟ୍‌ରେ ଏକତରଫା କବ୍ଜା ପରେ ଏବେ ଏଫ୍‌ସିଜି ମାର୍କେଟ୍‌କୁ କବ୍‌ଜା କରିବାକୁ ଅମ୍ବାନୀ 'ଇଣ୍ଡିପେଣ୍ଡେସ୍‌' ବ୍ରାଣ୍ଡ ନାଁରେ ପ୍ୟାକେଟ୍ ସାମଗ୍ରୀ ବଜାରକୁ ଛାଡ଼ିଛି। ତେବେ ଏହାକୁ ପରୀକ୍ଷାମୂଳକ ଭାବେ ଅମ୍ବାନୀଙ୍କ ଘରୋଇ ରାଜ୍ୟ ଗୁଜୁରାଟ ବଜାରରେ ଗତକାଲି ଛଡାଯାଇଛି। ସଫଳ ହେଲେ ଏହା ସାରା ଭାରତରେ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଇଣ୍ଡିପେଣ୍ଡସ ନାଁରେ କମ୍ପାନୀ ଏକାଧିକ ପ୍ୟାକେଟ୍ ସାମଗ୍ରୀ ବିକ୍ରି କରୁଛି। ଯଥା ଅଟା, ଚିନି, ବେସନ, ଏବଂ ହରଡ଼ ଡାଲା, ଚାଉଳ, ବିସ୍କୁଟ୍, ଖାଇବା ତେଲ ଓ ପ୍ୟାକେଟ୍ ପାଣି  ଆଜି ବିକ୍ରି କରୁଛି ରିଲାଏନ୍ସ। ଗତକାଲି ଗୁଜାରଟରେ ଇଣ୍ଡିପେଣ୍ଡେସ୍‌ ବ୍ରାଣ୍ଡକୁ ଲଞ୍ଚ କରିଥିଲେ ରିଲାଏନ୍ସ ରିଟେଲ୍ ଭେଞ୍ଚରର ନିର୍ଦ୍ଦେଶିକା ତଥା ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ଏହି ଅବସରରେ ସେ କହିଛନ୍ତି ଯେ ନିଜ ଏଫ୍‌ଏମ୍‌ସିଜି ବ୍ରାଣ୍ଡ ଇଣ୍ଡିପେଣ୍ଡେସକୁ ଲଞ୍ଚ କରି ଖୁସୀ ଲାଗୁଛି। ଯାହା ଖାଇବା ତେଲ, ଡାଲି, ଅନ୍ୟାନ୍ୟ ଶଷ୍ୟ, ଖାଇବା ତେଲ ପ୍ୟାକେଟ୍ ଖାଦ୍ୟ ଓ ଅନ୍ୟାନ୍ୟ ନିତିଦିନିଆ ଖାଦ୍ୟ ସାମଗ୍ରୀ ଖବ୍ କମ ଦାମରେ ଓ ଉଚ୍ଚମାନର ଯୋଗାଇ ଦେବ।

ଇଣ୍ଡିପେଣ୍ଡେସ ବ୍ରାଣ୍ଡ୍ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଏଲ୍‌ଟିଡି ଅଧିନରେ ଚାଲିବ। ଯାହା ମୂଳତଃ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ୍ ଭେଞ୍ଚରର ଶାଖା। ତେବେ ନୂଆ ବ୍ରାଣ୍ଡ ଲଞ୍ଚ ହେବା ପୂର୍ବରୁ କମ୍ପାନୀ FMCG ବ୍ୟବସାୟରେ ଅଛି। ୧୬,୫୦୦ ଶାଖା ୨ ମିଲିୟନ ବ୍ୟବସାୟୀ ଥିବା ବେଳେ ବାର୍ଷିକ ୨୦୦,୦୦୦ କୋଟି ଟଙ୍କାର ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ RRVL ଦେଶର ସବୁଠାରୁ ବଡ଼ ରିଟେଲର ବ୍ୟବସ୍ଥା।  

ତେବେ ଇଣ୍ଡିପେଣ୍ଡେସ୍ ନାଁରେ ତେଜରାତି ସାମଗ୍ରୀକୁ ବଜାରରେ ଛାଡ଼ିବା ପଛରେ ରିଲାଏନ୍ସର ବ୍ୟବସାୟିକ ରଣନୀତି ରହିଛି। ଇଣ୍ଡିପେଣ୍ଡସ ସହିତ ଲୋକଙ୍କର ଭାବନା ଜୋଡି ହୋଇ ରହିଛି। ଲୋକଙ୍କ ଭାବନା ସହିତ ସୁଲଭ ମୂଲ୍ୟରେ ଉତ୍ତମ ସାମଗ୍ରୀ ମିଳିଲେ ବ୍ୟବସାୟ ଚାଲିବ ଓ କମ୍ପାନୀ ଜିଓ ବଳି ଇଣ୍ଡିପେଣ୍ଡେସ୍‌ ବି ସଫଳ ହେବ ବୋଲି ଚର୍ଚ୍ଚା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.