ଲିଓ୍ବରପୁଲ ଫୁଟ୍‌ବଲ କ୍ଲବ୍ କିଣିବା ଦୌଡ଼ରେ ରିଲାଏନ୍ସ ଗ୍ରୁପ, ଟିମ୍ ବବାଦରେ ତଥ୍ୟ ସଂଗ୍ରହ କଲେ ମୁକେଶ ଅମ୍ବାନୀ

Published By : Prameya-News7 Bureau | November 13, 2022 IST

ନୂଆଦିଲ୍ଲୀ: ଲିଓ୍ବରପୁଲ ଫୁଟ୍‌ବଲ କ୍ଲବ୍ କିଣିବା ଦୌଡ଼ରେ ରିଲାଏନ୍ସ ଗ୍ରୁପ । ଇଂଲିସ୍ ଫୁଟବଲ ଟିମ୍ କିଣିବା ରେସରେ ସାମିଲ ହୋଇଛନ୍ତି ମୁକେଶ ଅବାନୀ । ଫୁଟବଲ ଟିମ୍ ଏବେ ଫେନଓ୍ବେ ସ୍ପୋର୍ଟ ଗ୍ରୁପ ଅଧୀନରେ ରହିଛି । ଯାହାକୁ ବିକ୍ରି ପାଇଁ ବିଜ୍ଞପ୍ତି ବାହାରିବା ପରେ ଏହାକୁ କିଣିବାକୁ ଅବାନୀ ଗ୍ରୁପ ଇଚ୍ଛା ପ୍ରକାଶ କରିଛି ।

ନ୍ୟୁଜ୍ ଏଜେନ୍ସି ଦି ମିରର’ର ରିପୋର୍ଟ ଅନୁଯାୟୀ, ଏଫଏସଜି ନିଜ ଫୁଟବଲ କ୍ଲବକୁ ବିକ୍ରି କରିବାକୁ ୪ ଆରବ ବ୍ରିଟିଶ୍ ପାଉଣ୍ଡ ଧାର୍ଯ୍ୟ କରିଛି । ତେବେ ଏହାକୁ କିଣିବା ନେଇ ରିଲାଏନ୍ସ ଗ୍ରୁପର ଚେୟାର ମ୍ୟାନ୍ ଇଚ୍ଛା ପ୍ରକାଶ କରିବା ସହିତ ଫୁଟବଲ ଟିମ୍ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିଛନ୍ତି । ଫୋର୍ବସର ରେଟିଂରେ ୮ ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ କମ୍ପାନୀ ସହିତ ଜଡ଼ିତ ଅଛନ୍ତି, ହେଲେ ଏହାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏଫଏସଜି ଲିଓ୍ବରପୁଲରେ ସେୟାର ହୋଲ୍‌ଡର ହେବା ପାଇଁ ତୃତୀୟ ପକ୍ଷ ମନ ବଳାଇଛନ୍ତି । ତେବେ ଲିଓ୍ବରପୁଲରେ ନୂଆ ସେୟାର ହୋଲ୍‌ଡର ବିଚାରକୁ ନିଆଯିବ ବୋଲି ପୂର୍ବରୁ ଏଫଏସଜି କହିସାରିଛି । ଏଫଏସଜି ଅଧୀନରେ ଜର୍ଗୋନ କ୍ଲୋପର ଟିମ୍ ମଧ୍ୟ ସଫଳତା ହସଲ କରିଛି । ପ୍ରିମିୟର ଲିଗ୍ ଟାଇଟଲ, ଚମ୍ପିଅନ୍ ଲିଗ୍,  ଏଏଫଏ କପ୍, କାରାବାଓ କପ୍ ଏବଂ ୟୁରୋପୀୟ ସୁପର କବ୍ ମଧ୍ୟ ବିଜୟୀ ହୋଇଛି । ଯାହାକୁ ନଜରରେ ଅମ୍ବାନୀଙ୍କ କମ୍ପାନୀ ଏହାକୁ କିଣିବା ନେଇ ଦୌଡ଼ରେ ସାମିଲ ହୋଇଥିବା କୁହାଯାଉଛି ।

ଅମ୍ବାନୀଙ୍କ କମ୍ପାନୀ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗୀତାର ଆୟୋଜକ ଏବଂ ଅଖିଳ ଭାରତ ଫୁଟବଲ୍  ମହାସଂଘର ବ୍ୟବସାୟୀକ ଭାଗିଦାରୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.