oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

କମ୍ପାନୀ ପାଇଁ ମାଗଣା ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ, ଚଳିତ ବର୍ଷ ମଧ୍ୟ ନେବେ ନାହିଁ ଦରମା  

8/08/2022 at 5:51 PM

ମୁମ୍ୱାଇ, ୦୮।୦୮: କମ୍ପାନୀ ପାଇଁ ମାଗଣା ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ ମୁକେଶ ଅମ୍ୱାନୀ। ଗତବର୍ଷ କୋଭିଡ୍‌ ସମୟରେ ବିନା ଦରମାରେ କାମ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ସେ ଦରମା ନେବେ ନାହିଁ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ସେ କାର୍ଯ୍ୟ କରୁଥିବା ବେଳେ ଦରମା ବାବଦକୁ ଗତ ବର୍ଷ ଗୋଟିଏ ବି ଟଙ୍କା ସେ ନେଇନଥିଲେ । ମହାମାରୀ କାରଣରୁ କମ୍ପାନୀ ଉପରେ ବିଣିଜ୍ୟିକ ଓ ଅର୍ଥନୈତିକ ପ୍ରଭାବ ପଡିଥିବାରୁ ସେ ଦରମା ବାବଦ ଟଙ୍କା ନେଇନଥିଲେ । ଆର୍ଥିକ ବର୍ଷ ୨୦୨୦-୨୧ର ବାର୍ଷିକ ରିପୋର୍ଟରୁ ମୁକେଶଙ୍କ ଦରମା ଶୂନ ଥିବା ଜଣାପଡ଼ିଛି ।

ରିଲାଏନ୍ସର ଚେୟାରମ୍ୟାନ୍‌ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି । ବିଶ୍ୱରେ କରୋନା ପ୍ରଭାବ ବିସ୍ତାର ସମୟରେ ଜୁନ୍‌ ୨୦୨୦ରେ ସେ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷ ପାଇଁ ଏକ ଟଙ୍କା ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ମଧ୍ୟ ସେ ବିନା ଦରମାରେ କାମ କରିବା ନେଇ କହିଛନ୍ତି ।

ଗତବର୍ଷ ମଧ୍ୟରେ ସେ କୌଣସି ଭତ୍ତା, ଅବସର କାଳୀନ ଭତ୍ତା, ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇନଥିବା ବେଳେ ଚଳିତ ବର୍ଷ ମଧ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀଠାରୁ ନେବେ ନାହିଁ । ୨୦୦୮-୦୯ ମସିହାରେ ମୁକେଶ୍‌ ଅମ୍ୱାନୀ ୧୫ କୋଟି ଟଙ୍କା ଦରମା ନେଉଥିବା ବେଳେ ୨୦୧୯-୨୦ ରେ ମଧ୍ୟ ସେ ସମାନ ଦରମା  ନେଉଥିଲେ । ଏହାରି ସହ ଅନ୍ୟାନ୍ୟ ସୁବିଧା ମିଶାଇ ୨୪ କୋଟି ଟଙ୍କା ପ୍ରତିବର୍ଷ ସେ ନେଉଥିବା ଜଣାପଡ଼ିଥିବା ବେଳେ ଦୁଇ ବର୍ଷ ପାଇଁ ଏହି ଟଙ୍କା କମ୍ପାନୀଠାରୁ ନେବେ ନାହିଁ ।  

   Related Posts