ମୁମ୍ଵାଇ ୧୯।୦୪: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କ ଜନ୍ମଦିନ । ମୁକେଶ ଅମ୍ବାନୀଙ୍କୁ ଆଜି ୬୭ ବର୍ଷ ହୋଇଛି। ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ହେଉଛି ୧୧୫.୬ ବିଲିୟନ ଡ଼ଲାର୍। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶଙ୍କ ନାମ ୧୧ ନମ୍ବରରେ ଅଛି ।ସେ ବିଲିୟନେୟାର ତାଲିକାରେ ରହିଛନ୍ତି। ମୁକେଶ ୧୯ ଏପ୍ରିଲ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ମୁକେଶ କମ୍ପାନୀର ସମ୍ପୂର୍ଣ୍ଣ ତଦାରଖ ଏବଂ ନିର୍ଦ୍ଦେଶକୁ ଗ୍ରହଣ କରିଛନ୍ତି। ରିଲାଏନ୍ସ୍ର ବ୍ୟବସାୟ ବର୍ତ୍ତମାନ ଅନେକ ସେକ୍ଟରରେ ବ୍ୟାପିଛି । କମ୍ପାନୀର ବ୍ୟବସାୟ ଫାଇନା୍ସ, ଟେଲିକମ୍ ଏବଂ ତୈଳ ସହିତ ଅନେକ କ୍ଷେତ୍ରରେ ବ୍ୟାପିଛି । ଆଜି ରିଲାଏନ୍ସ ମାର୍କେଟ କ୍ୟାପ୍ ହେଉଛି ୧୯.୭୯ ଲକ୍ଷ କୋଟି ଟଙ୍କା ।ନିକଟରେ କମ୍ପାନୀ ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।
ମୁକେଶ ଅମ୍ବାନୀ କେଉଁ କାମକୁ ଭୟ କରନ୍ତି?
ମୁକେଶ ଅମ୍ବାନୀଙ୍କ ସ୍ଵଭାବ ବହୁତ ଲାଜକୁଳା। କିନ୍ତୁ ସେ ବହୁତ ସରଳ ଏବଂ ସାଧାରଣ ବିକ୍ତିତ୍ବ ଅଟନ୍ତି । ଗଣମାଧ୍ୟମକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅମ୍ବାନୀ ଥରେ କହିଥିଲେ ଯେ ଆଜି ବି ସେ ସର୍ବସାଧାରଣରେ କହିବାକୁ ଭୟ କରନ୍ତି। ଏହା ବ୍ୟତୀତ ସେ ଆଜି ପର୍ଯ୍ୟନ୍ତ ମଦ୍ୟପାନ କରି ନାହାଁନ୍ତି। ଗଣମାଧ୍ୟମରେ ମୁକେଶ କ୍ଵଚିତ୍ ଦେଖାଯାଆନ୍ତି । ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ବିଶେଷ ଆକ୍ଟିଭ ନୁହଁନ୍ତି।
ଅଧା ମଝିରେ ଛାଡିବାକୁ ପଡିଥିଲା ପାଠ ପଢା
ମୁକେଶ ଅମ୍ବାନୀଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ବମ୍ବେ ବିଶ୍ଵବିଦ୍ୟାଳୟରୁ କେମିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି | ପରେ, ସେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଆଡମିଶନ ନେଇଥିଲେ, କିନ୍ତୁ ପିତାଙ୍କ ବ୍ୟବସାୟକୁ ଗ୍ରହଣ କରିବା ପାଇଁ ସେ ଅଧାରୁ ପାଠପଢା ଛାଡି ପିତାଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ ।
୧୯୮୧ ରେ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ
୧୯୮୧ ମସିହାରେ ମୁକେଶ ଅମ୍ବାନୀ ତାଙ୍କ ପିତାଙ୍କ ସହ ରିଲାଏନ୍ସ ଗ୍ରୁପରେ ପ୍ରବେଶ କରିଥିଲେ। ପରେ, ୧୯୮୫ ମସିହାରେ, ଏହି କମ୍ପାନୀର ନାମ ରିଲାଏନ୍ସ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରିଜ୍ ରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୁ ପରିବର୍ତ୍ତନ କରାଯାଇଥିଲା । ଏହା ସହିତ ସେ ଟେଲିକମ୍ ସେକ୍ଟର ବଢାଇଥିଲେ ଏବଂ ରିଲାଏନ୍ସ କମ୍ୟୁନିକେସନ୍ ଲିମିଟେଡ୍ ମଧ୍ୟ ପ୍ରତିଷ୍ଠା କରିଥିଲେ ।
ଜିଓ କମ୍ପାନୀରୁ ଶେଷ କରିଥିଲେ ସମସ୍ତ ଋଣ
ମୁକେଶ ଅମ୍ବାନୀ ୨୦୧୬ ରେ ରିଲାଏନ୍ସ ଜିଓ ଲଞ୍ଚ କରିଥିଲେ। ରିଲାଏନ୍ସ ଲଞ୍ଚ କରିବା ପରେ କମ୍ପାନୀ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇଗଲା। ମାତ୍ର ୫୮ ଦିନରେ, ଜିଓର ପ୍ଲାଟଫର୍ମ ୫୨,୧୨୪.୨୦ କୋଟି ଟଙ୍କା ରୋଜଗାର କରିଥିଲା ।ମାର୍ଚ୍ଚ ୩୧, ୨୦୨୦ ରେ ରିଲାଏନ୍ସ୍ର ପ୍ରାୟ ୧,୬୧,୦୩୫ କୋଟି ଟଙ୍କା ଋଣ ଥିଲା, କିନ୍ତୁ ମୁକେଶ ଅମ୍ବାନୀ ତାଙ୍କ ଯୋଜନା ମାଧ୍ୟମରେ ୯ ମାସ ତଳେ ଏହି ଋଣ ଦୂର କରିଥିଲେ। ଏଥିରେ ଜିଓ ସବୁଠାରୁ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଜିଓ ଆର୍ଥିକ ସେୟାର ଗୁଡିକ ବଜାରରେ ତାଲିକାଭୁକ୍ତ ହୋଇଛି ।
ବ୍ୟବସାୟକୁ ତାଙ୍କ ପିଲାମାନଙ୍କ ମଧ୍ୟରେ ଭାଗ କଲେ
ମୁକେଶ ଅମ୍ବାନୀ ଏକ ବର୍ଷ ପୂର୍ବେ ଏଜିଏମ୍ରେ ତାଙ୍କ ପିଲାମାନଙ୍କ ମଧ୍ୟରେ ତାଙ୍କ ବ୍ୟବସାୟରେ ଭାଗ କରିଥିଲେ। ଏଥିରେ ବଡ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଦାୟିତ୍ଵ ନେବାକୁ କୁହାଯାଇଛି। ଏଥି ସହିତ ଇଶା ଅମ୍ବାନୀ ରିଲାଏନ୍ସ ରିଟେଲର ଦାୟିତ୍ଵ ନେଇଛନ୍ତି। ଅନନ୍ତ ଅମ୍ବାନୀ ଗ୍ରୁପର ନ୍ୟୁ ଏନର୍ଜି ବ୍ୟବସାୟ ପରିଚାଳନା କରୁଛନ୍ତି ।