scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମମତାଙ୍କୁ ଅଗ୍ନିକନ୍ୟା କହି ପ୍ରଶଂସା କଲେ ମୁକେଶ ଅମ୍ୱାନୀ, ୨୦ ହଜାର କୋଟି ନିବେଶର ଦେଲେ ପ୍ରତିଶ୍ରୁତି

21/11/2023 at 9:35 PM

ନୂଆଦିଲ୍ଲୀ: ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ବେଙ୍ଗଲ ବୈଶ୍ୱିକ ବ୍ୟାପାର ଶିଖର ସମ୍ମିଳନୀକୁ ସମ୍ୱୋଧିତ କରି ମୁକେଶ ଅମ୍ୱାନୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଗ୍ନିକନ୍ୟା ବୋଲି କହିଛନ୍ତି । ଏହାସହ ରାଜ୍ୟରେ ଆଗାମୀ ତିନି ବର୍ଷରେ ୨୦ ହଜାର କୋଟି ଟଙ୍କା ଅତିରିକ୍ତ ନିବେଶ ନେଇ ଘୋଷଣା କରିଛନ୍ତି । ଅମ୍ୱାନୀ କହିଛନ୍ତି ଯେ ଡିଜିଟାଲ ଜୀବନ ସମାଧାନ ଓ ଜୈବ ଉର୍ଜା କ୍ଷେତ୍ରରେ ଏହି ନିବେଶ କରାଯିବ ।

ସମ୍ମିଳନୀକୁ ସମ୍ୱୋଧିତ କରି ମୁକେଶ ଅମ୍ୱାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା ଉଲ୍ଲେଖ କରିଥିଲେ । ସେ କହିଛନ୍ତି, ଯେପରି କି ଦିବଗନ୍ତ ଅଟଳ ବିହାରୀ ବାଜପେୟୀ ଆପଣଙ୍କୁ (ମମତା ବାନାର୍ଜୀ) ବର୍ଣ୍ଣନା କରିଥିଲେ, ଆପଣ ବାସ୍ତବରେ ଜଣେ ଅଗ୍ନିକନ୍ୟା । ସଂଘର୍ଷ ଓ ବଳିଦାନର ଅଗ୍ନି ଆପଣଙ୍କୁ ଓ ଆପଣଙ୍କ ସ୍ୱର୍ଣ୍ଣିମ ଚରିତ୍ରକୁ ଅଧିକ ଉଜ୍ୱଳ କରିଛି । ଏବେ  ଆପଣ ସୋନାଲ ବାଂଲାକୁ ଅଧିକ ଉଜ୍ୱଳ କରୁଛନ୍ତି ।

ପଢନ୍ତୁ: ଟିମ୍ ଇଣ୍ଡିଆ ଅଭ୍ୟାସ ଜର୍ସିକୁ ନେଇ ବିବାଦ; ଗେରୁଆ ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ  

ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଉପସ୍ଥିତ ଥିଲେ । ମମତା ବାନାର୍ଜୀଙ୍କୁ ମୁକେଶ ଅମ୍ୱାନୀ ଅଗ୍ନିକନ୍ୟା କହିବା ବେଳେ ଗାଙ୍ଗୁଲି ମଧ୍ୟ ହସିବା ଆରମ୍ଭ କରିଥିଲେ । ଏହାପରେ ମୁକେଶ ଅମ୍ୱାନୀ ରାଜ୍ୟର ଜିଡିପି କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପଶ୍ଚିମବଙ୍ଗର ଜିଡିପି ଅଭିବୃଦ୍ଧି ୧୧.୫ ପ୍ରତିଶତ ଅଛି । ଯାହା ରାଷ୍ଟ୍ରୀୟ ହାରାହାରିଠାରୁ ବହୁ ଅଧିକ ରହିଛି ।

ଅମ୍ୱାନୀ କହିଛନ୍ତି ରିଲାଏନ୍ସ ଏବେ ସୁଦ୍ଧା ପଶ୍ଚିମଙ୍ଗରେ ପ୍ରାୟ ୪୫,୦୦୦ କୋଟି ଟଙ୍କା ନିବେଶ କରିଛି । ରିଲାଏନ୍ସର ଦୂରସଂଚାର ଜିଓ 5ଜିକୁ ରାଜ୍ୟର ପ୍ରତିଟି କୋଣରେ ପହଞ୍ଚାଉଛି । ଜିଓ ନେଟୱାର୍କ ରାଜ୍ୟରେ ୯୮.୮ ପ୍ରତିଶତ ଓ କୋଲକାତା ଦୂରସଂଚାରରେ ୧୦୦ ପ୍ରତିଶତ ଜନସଂଖ୍ୟାକୁ ଯୋଡୁଛି ।

   Related Posts