କରୋନା ଭୟରେ ଆସନ୍ତାକାଲି ଠାରୁ ବନ୍ଦ ହୋଇଯିବ ରିଆଲିଟି ଶୋ 'ମୁଝସେ ଶାଦୀ କରୋଗେ'

Published By : Prameya-News7 Bureau | March 19, 2020 IST

ମୁମ୍ବାଇ ୧୯/୦୩ : ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ ବିଗ ବସ ସିଜନ-୧୩ ସାରିବା ପରେ ଆଉ ଏକ ରିଆଲିଟି ଶୋ ଆରମ୍ଭ ହୋଇଥିଲା | ନୂଆ ରିଆଲିଟି ଶୋ 'ମୁଝସେ ଶାଦୀ କରୋଗୀ' ର ମଧ୍ୟ ଅନ୍ତିମ ସମୟ ଆସିଯାଇଛି | ଏହି ରିଆଲିଟି ଶୋ ମଧ୍ୟ ବିଗ ବସ ଭଳି ଲୋକପ୍ରିୟ ହେବ ବୋଲି ଦର୍ଶକ ଭାବିଥିଲେ କିନ୍ତୁ ଶୋ ଟି ଦର୍ଶକଙ୍କ ମନ କିଣିପାରିନଥିଲା | ଏହି ଶୋର ଶେଷ ଏପିସୋଡ ମାର୍ଚ୍ଚ ୨୭ ତାରିଖରେ ପ୍ରସାରିତ ହେବାକୁ ଥିଲା | କିନ୍ତୁ ଶୋର ନିର୍ମାତା ଶୋକୁ ଗୋଟିଏ ସପ୍ତାହ ପୂର୍ବରୁ ହିଁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି |

ରିଆଲିଟି ଶୋ 'ମୁଝସେ ଶାଦୀ କରୋଗୀ' ୧୩ ସପ୍ତାହ ଯାଏଁ ଚାଲିବାର ଥିଲା | କିନ୍ତୁ ଅଚାନକ ସ୍ୱର ଦୁନିଆକୁ ମାଡି ଯାଇଥିବା କରୋନା ଭାଇରସ ଭୟରେ ଶୋର ସମସ୍ତ ସୁଟିଙ୍ଗ ବନ୍ଦ କରିଦିଆଯାଇଛି | କରୋନା ଭୟରେ ଏହି ଶୋରେ ତାଲା ପଡିଗଲା |

ବିଗ ବସ ସିଜନ-୧୩ର ଦୁଇଜଣ ପ୍ରତିଯୋଗୀ ସହନାଜ ଗିଲ ଓ ପାରସ ଛାଵଡାଙ୍କ ସ୍ଵୟମ୍ବରକୁ ନେଇ ଆରମ୍ଭ ହୋଇଥିଲା ଏହି 'ମୁଝସେ ଶାଦୀ କରୋଗୀ' | ଉଭୟ ପ୍ରତିଯୋଗୀଙ୍କ ବିପକ୍ଷରେ ୬ ଜଣ ଯୁବକ ୦ ୬ଜଣ ଯୁବତୀ ଅଭିନୟ କରୁଥିଲେ | ଶୋର ଅନ୍ତିମ ଏପିସୋଡରେ ବିବାହ ପାଇଁ ଜଣକୁ ବାଛିବର ଥିଲା |

ଚୀନର ବୁହାନରୁ ଆରମ୍ଭ କରି ଭୟଙ୍କର କରୋନା ଭାଇରସ ଯେତେବେଳେ ଭାରତରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଥିଲା ସେତେବେଳେ ଶୋର ସମସ୍ତ ପ୍ରତିଯୋଗୀଙ୍କୁ ଶୋ ଛାଡି ଯିବାକୁ ଆଦେଶ ଦିଆଯାଇଥିଲା | ମାର୍ଚ୍ଚ ୯ ତାରିଖରେ ଆଞ୍ଚଲ ଖୁରାନା ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ଶୋରେ ପୁଣିଥରେ ଏଣ୍ଟ୍ରି କରିଥିଲେ | ଆଞ୍ଚଲ ଖୁରାନାଙ୍କୁ ପାରସ ଛାଵଡା ନିଜ ପତ୍ନୀ କରିବା ପାଇଁ ଚୟନ କରିଛନ୍ତି | ଆଞ୍ଚଲ ଖୁରାନାଙ୍କୁ ଶୋର ବିଜେତା ଘୋଷଣା କରାଯାଇଛି | ବିଜେତା ଘୋଷଣା କରିବା ପୂର୍ବରୁ ସହନାଜ ଗିଲଙ୍କୁ ଶୋ ଛାଡି ଯିବାକୁ କୁହାଯାଇଥିଲା | କାରଣ ଜଣେ ବି ପ୍ରତିଯୋଗୀ ତାଙ୍କୁ ବିମୋହିତ କରିପାରିନଥିଲେ |

ଅଚାନକ ବନ୍ଦ କରିଦିଆଯାଇଥିବା ଶୋ ସମ୍ପର୍କରେ ଆଞ୍ଚଲ କହିଛନ୍ତି ଯେ, ଯେତେବେଳେ ସେ ଶୋ ସାଇନ କରିଥିଲେ ସେତେବେଳେ ଶୋ ମେ ୧୭ ତାରିଖ ଯାଏଁ ଚାଲିବ ବୋଲି ତାଙ୍କୁ କୁହାଯାଇଥିଲା | କିନ୍ତୁ ମାର୍ଚ୍ଚ ୨୭ ତାରିଖରେ ହିଁ ଶୋ ବନ୍ଦ କରିଦିଆଯିବା ବୋଲି କିଛି ଦିନ ପୂର୍ବରୁ ହିଁ ତାଙ୍କୁ କୁହାଯାଇଥିଲା | କିନ୍ତୁ ଶୋ ଅଚାନକ ବନ୍ଦ କରିବାର କୌଣସି କାରଣ କୁହାଯାଇନଥିଲା | କିନ୍ତୁ ସୋମବାର ଦିନ ତାଙ୍କୁ ପୁଣିଥରେ କୁହାଗଲା ଯେ ଶୋ ତୁରନ୍ତ ବନ୍ଦ କରିବାକୁ ପଡିବ କାରଣ କରୋନା ଭୟରେ ପୁରା ଇଣ୍ଡଷ୍ଟ୍ରି ବନ୍ଦ କରିଦିଆଯାଇଛି | ଶୋର ଫାଇନାଲ ଏପିସୋଡ ଘଣ୍ଟେ ଭିତରେ ସୁଟ କରାଯାଇଥିଲା | ସୁଟିଙ୍ଗ ସାରି ସନ୍ଧ୍ୟା ୮ଟା ବେଳେ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.