oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ମହାନ ମୋ ଭାରତ: ଇଏ ଏମିତି ଏକ ଗାଁ ଯେଉଁଠି ମୁସଲିମ ନୁହେଁ ହିନ୍ଦୁ ପାଳନ କରନ୍ତି ମହରମ ପର୍ବ; ମସ୍‌ଜିଦ୍‌ରେ ପୂଜା କରନ୍ତି ହିନ୍ଦୁ ପୂଜାରୀ

8/08/2022 at 6:34 PM

ବେଲଗାଭୀ: ଭାରତ କେତେ ସହିଷ୍ଣୁ ଓ କେତେ ମହାନ ଏହାର ଉଦାହରଣ ଦେଖିବାକୁ ଚାହୁଁଥିଲେ ଆପଣଙ୍କୁ କର୍ଣ୍ଣାଟକର ବେଲଗାଭୀ ନାମକ ଜିଲ୍ଲାକୁ ଯିବାକୁ ପଡ଼ିବ। ଏହି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠି ଜଣେ ହେଲେ ବି ମୁସଲମାନ ନାହାନ୍ତି। ହେଲେ ତଥାପି ଏଠାରେ ବଡ଼ ଧୁମ୍‌ଧାମ୍‌ରେ ପାଳନ ହେଉଛି ପବିତ୍ର ମହରମ ପର୍ବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ମହରମ ପାଳନ କରୁଛନ୍ତି ହିନ୍ଦୁ।

କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା କେବଳ ଭାରତ ଭଳି ଗୋଟିଏ ଭାଇଚାରାର ରାଷ୍ଟ୍ରରେ ସମ୍ଭବ। ବେଲଗାଭୀ ଜିଲ୍ଲାର ସୌଣ୍ଡତ୍ତି ଅଞ୍ଚଳର ହୀରେବିଦାନପୁର ଗାଁ। ଏହି ଗାଁରେ ଜଣେ ହେଲେ ବି ମୁସଲମାନ ପରିବାର ନାହାନ୍ତି। ମୁସ୍ଲିମଙ୍କର ଚିହ୍ନ କହିବାକୁ ଗଲେ ଏଠାରେ କେବଳ ଏକ ମସ୍‌ଜିଦ୍ ରହିଛି। ଯାହାର ନାଁ ହେଲା ଫକିରେ ଶ୍ୱର ସ୍ୱାମୀ ମସ୍‌ଜିଦ୍।

Muharram 2018: 7 things to know about the mourning of Muslims on Ashura

ଏହି ମସ୍‌ଜିଦ୍‌ରେ ଜଣେ ହିନ୍ଦୁ ପୂଜାରୀ ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା କରନ୍ତି। ତେବେ ମହରମ ଆସିଲେ ପ୍ରତୀକ ରୂପେ ଗାଁର ରାସ୍ତାଘାଟ ରଙ୍ଗୀନ ଆଲୋକରେ ଆଲୋକିତ ହୋଇଯାଏ। ଏହି ପରମ୍ପରା ଆଜି-କାଲିର ନୁହେଁ। ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟ ଧରି ହୀରେବିଦାନପୁର ଗାଁରେ ଏଭଳି ମହରମ ପାଳନ ହୋଇଆସୁଛି।

ଜିଲ୍ଲା ମୁଖ୍ୟାଳୟରୁ ୫୧ କିମି ଦୂରରେ ଥିବା ଏହି ହୀରେବିଦାନପୁର ଗାଁର ଜନସଂଖ୍ୟା ୩୦୦୦ ହେବ। ଏଠାରେ ଅଧିକାଂଶ ଲୋକ କୁରୁବା ଓ ବାଲ୍ମିକୀ ସମ୍ପ୍ରଦାୟର। ତଥାପି ଏମାନେ ଭାଇଚାରର ସୁନ୍ଦର ନିଦର୍ଶନ ଦେଖାଇ ମସ୍‌ଜିଦ୍‌କୁ ଆସନ୍ତି ଓ ପ୍ରାର୍ଥନା କରନ୍ତି। ଏହି ଅଞ୍ଚଳର ବିଧାୟକ ମହନ୍ତେଶ କୌଜଲାଗୀ ନିକଟରେ ଏହି ମସ୍‌ଜିଦ୍‌ର ମରାମତି ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି।

In Belagavi village sans Muslims, Hindus celebrate Muharram - Daijiworld.com



ତେବେ ମସ୍‌ଜିଦ୍‌ରେ ମହରମ ପାଳନ ନେଇ ପୂଜାରୀ ୟାଲ୍ଲାପ୍ପା ନାୟକର କହିଛନ୍ତି “ ପ୍ରତି ବର୍ଷ ମୁହରମ ସମୟରେ ଆମେ ନିକଟସ୍ଥ ଗାଁ ବେଭଇନାକାଟ୍ଟିରୁ ଜଣେ ମୌଲବୀଙ୍କୁ ଡାକୁ। ସେ ଏକ ସପ୍ତାହ ପାଇଁ ମସ୍‌ଜିଦ୍‌ରେ ରୁହନ୍ତି ଓ ଇସ୍ଲାମ ପରମ୍ପରା ଅନୁସାରେ ପ୍ରାର୍ଥନା କରାଯାଇଥାଏ। ତେବେ ଅନ୍ୟ ଦିନ ଗୁଡ଼ିକରେ ମୁଁ ମସ୍‌ଜିଦ୍‌ର ଦାୟିତ୍ୱ ନିଏ।”

ମସ୍‌ଜିଦର ଇତିହାସ ନେଇ ନାଇକର କହନ୍ତି ଯେ ବହୁ ବର୍ଷ ପୂର୍ବେ ଦୁଇ ମୁସଲମାନ ଭାଇ ଦୁଇଟି ମସ୍‌ଜିଦ୍ ତିଆରି କରିଥିଲେ। ଗୋଟିଏ ଗୁଟନଟ୍ଟିରେ ଏବଂ ଅନ୍ୟଟି ହୀରେବିଦାନପୁରରେ। ତେବେ ତାଙ୍କର ବିୟୋଗ ହେବା ପରେ ସ୍ଥାନୀୟ ଲୋକେ ନିୟମିତ ଭାବେ ମସ୍‌ଜିଦ୍‌ରେ ପୂଜାର୍ଚ୍ଚନା କରିବା ସହ ପ୍ରତି ବର୍ଷ ଧୁମଧାମରେ ମହରମ ପାଳନ ହେଉଛି। ଏଭଳି ଏକ ଭାଇଚାରର ସୁନ୍ଦର ଉଦାହରଣ ସମ୍ପର୍କରେ ଆଉ ଟିକେ ଆଲୋକପାତ କରି ସେହି ଗାଁରେ ଜଣେ ଶିକ୍ଷକ ଉମେଶ୍ୱର ମରଗଲ ହୀରେବିଦାନପୁର ବିଷୟରେ ଅନେକ ତଥ୍ୟ ଦେଇଛନ୍ତି।

Villagers celebrate Muharram with no Muslim population in Belagavi: Report  | Bengaluru - Hindustan Times


ଉମେଶ୍ୱର କହିଛନ୍ତି ଯେ ହୀରେବିଦାନପୁରରେ ମହରମ ସ୍ୱତନ୍ତ୍ର। କାରଣ ମହରମ ପର୍ବର ଏହି ୫ ଦିନରେ ଅନେକ ପରମ୍ପରା ଓ ସଂସ୍କୃତିର ମିଶ୍ରଣ ହୋଇଥାଏ। ଉଦାହରଣ ସ୍ୱରୂପ ଏହି ପର୍ବ କଳାକାରମାନଙ୍କୁ ତାଙ୍କର ବିଭିନ୍ନ କଳା ଚାତୁରୀ ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ। ଯେମିତିକି ଶୋଭାଯାତ୍ରା ବେଳେ କରବାଲ ନୃତ୍ୟ, ରୋପ ଆର୍ଟ ହୀରେବିଦାନପୁରର ଏକ ନିଆରା ପରିଚୟ। ତା ଛଡ଼ା ପର୍ବର ପ୍ରଥମ ଓ ପଞ୍ଚମ ଦିନରେ ମାନସିକ ରଖି ନିଆଁରେ ଦଉଡ଼ିବା ପର୍ବ ଖୁବ ମନୋହର ବୋଲି ଉମେଶ୍ୱର କହିଛନ୍ତି।

   Related Posts