୧୨ ବର୍ଷ ପୂର୍ବେ ଛାଡି ଚାଲିଗଲେ ପତ୍ନୀ, ୯୫ ବର୍ଷରେ କଲେ ଦ୍ବିତୀୟ ବିବାହ

Published By : Prameya-News7 Bureau | August 09, 2023 IST

ନୂଆଦିଲ୍ଲୀ ୦୯।୦୮: ଜୀବନ ସାଥୀ ଛାଡି ଚାଲିଯିବା ପରେ ଦ୍ବିତୀୟ ବିବାହ ପାଇଁ ମନ ବଳାଇଥାନ୍ତି ଲୋକେ । ଆଉ ନୂଆ ଭାବେ ଆରମ୍ଭ କରିଥାନ୍ତି ନିଜର ଜୀବନ । କିନ୍ତୁ ଦ୍ବିତୀୟ ବିବାହର କିଛି ବୟସ ସୀମା ମଧ୍ୟ ରହିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବୟସର ଅପରାହ୍ନରେ ବାଛିଛନ୍ତି ଜୀବନ ସାଥୀ । ସେ ପୁଣି ୬୦ କି ୭୦ ନୁହେଁ ୯୫ ବର୍ଷ ବୟସରେ ବାଛିଛନ୍ତି ଜୀବନସାଥୀ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

{"id":828314,"sizeSlug":"full","linkDestination":"none"}

ବ୍ୟକ୍ତି ଜଣକ ପାକିସ୍ତାନ ମନସେରା ସହରର । ତାଙ୍କର ନାଁ ହେଉଛି ଜାକରିଆ ।  ବୟସ ପାଖାପାଖି ୯୫ ବର୍ଷ । ବ୍ୟକ୍ତି ଜଣକ ବୟସର ଅପରାହ୍ନରେ ଏକା ଏକା ଅନୁଭବ କରୁଥିଲେ । କାରଣ ଆଜକୁ ପ୍ରାୟ ୧୨ ବର୍ଷ ତଳେ ଅର୍ଥାତ ୨୦୧୧ ମସିହାରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଆଉ ପତ୍ନୀ ଯିବା ପରେ ପୂରା ଏକା ହୋଇଯାଇଥିଲେ ଜାକରିଆ । ତେଣୁ ସେ ପୁନବିବାହ କରିବାକୁ ମନରେ ଇଚ୍ଛା ରଖିଥିଲେ ।

{"id":828315,"width":838,"height":469,"sizeSlug":"full","linkDestination":"none"}

() ଜାକରିଆଙ୍କ ପରିବାରରେ ସମୁଦାୟ ୬ ପୁଅ ଏବଂ ୫ ଝିଅ ଅଛନ୍ତି । ଜାକରିଆଙ୍କର ଏକାଧିକ ନାତି ନାତୁଣୀ ମଧ୍ୟ ରହିଛନ୍ତି । ପରିବାରରେ ଅନ୍ୟ ସମସ୍ତେ ଥିଲେ ମଧ୍ୟ ପତ୍ନୀଙ୍କ ଅଭାବକୁ ଅନୁଭବ କରୁଥିଲେ ଜାକରିଆ । ତେଣୁ ସେ ପୁଣିଥରେ ବିବାହ କରିବାକୁ ଚାହିଁଲେ । ତେଣୁ ପୁଣିଥରେ ବିବାହ କରିବା ପାଇଁ ଉପଯୁକ୍ତ ପାତ୍ରୀ ଖୋଜା ହୋଇଥିଲା ।  ଅନେକ ଦିନ ଖୋଜିବା ପରେ ଜାକରିଆଙ୍କ ପାଇଁ ଉପଯୁକ୍ତ ପାତ୍ରୀ ମିଳିଥିଲେ । ବିବାହ କାମରେ ତାଙ୍କର ପୁଅ, ଝିଅ ଓ ନାତି ନାତୁଣୀ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

{"id":828316,"width":841,"height":625,"sizeSlug":"full","linkDestination":"none"}

ଏକ ରିପୋର୍ଟ ଅନୁଯାୟୀ, ବୃଦ୍ଧଙ୍କ ବିବାହ କଥାକୁ ତାଙ୍କର କିଛି ପୁଅ ଗ୍ରହଣ କରିଥିବାବେଳେ ଆଉ କିଛି ପୁଅ ବିରୋଧ କରିଥିଲେ । କିନ୍ତୁ ଜାକରିଆଙ୍କ ସାନପୁଅ ୱାକର ତାନୋଲି ନିଜ ପିତାଙ୍କୁ ଖୁସି କରିବା ପାଇଁ ତାଙ୍କ ଇଚ୍ଛା ପୂରଣ କରିଛନ୍ତି । ୱାକର କହିଥିଲେ ଯେ, ତାଙ୍କ ବୃଦ୍ଧ ପିତା ତାଙ୍କ ଜୀବନର ଶେଷ ସମୟରେ ଖୁସିରେ ରହିବା ଉଚିତ୍ ଏବଂ ସେ ନିଜ ପତ୍ନୀଙ୍କ ଭଲପାଇବା ମଧ୍ୟ ପାଇବା ଆବଶ୍ୟକ ।

{"id":828317,"width":841,"height":483,"sizeSlug":"full","linkDestination":"none"}

() ମହମ୍ମଦ ଜାକରିଆ ଜଣେ ଚର୍ଚ୍ଚିତ ବ୍ୟକ୍ତି । ସେ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ଜାକରିଆ କୌଣସି ଫାର୍ମରୁ ସିଧାସଳଖ କିଛି ଜିନିଷ ଖାଆନ୍ତି ନାହିଁ ।  ସେ ଥଣ୍ଡା ପାଣିରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତି । ସେ ପ୍ରାୟତଃ ବାସି ରୁଟି ଖାଇବାକୁ ଭଲପାଆନ୍ତି । ତାଙ୍କର ଲାଇଫ୍ ଷ୍ଟାଇଲ୍ ଅନେକଙ୍କ ପାଇଁ ପ୍ରେରଣା । ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଜାକରିଆଙ୍କ ଲାଇଫ୍ ଷ୍ଟାଇଲକୁ ଫଲୋ ମଧ୍ୟ କରନ୍ତି ।

You Can Read:

wp:embed {"url":"https://www.prameyanews7.com/a-film-will-be-made-on-sachin-seemas-love-story/","type":"wp-embed","providerNameSlug":"prameya-news-7"}
https://www.prameyanews7.com/a-film-will-be-made-on-sachin-seemas-love-story/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.