ମହମ୍ମଦ ଘୋରୀ ପ୍ରଚଳନ କରିଥିଲେ ମାଆ ଲକ୍ଷ୍ମୀଙ୍କ ଚିତ୍ରିତ ସୁନା ମୁଦ୍ରା , କିନ୍ତୁ କ’ଣ ଥିଲା ମୁସଲିମ୍ ଶାସକଙ୍କ ହିନ୍ଦୁ ଦେବୀଙ୍କ ପ୍ରତି ଏଭଳି ଭକ୍ତି

Published By : Prameya-News7 Bureau | January 18, 2020 IST

ଭାରତରେ ମୁଦ୍ରାର ଲମ୍ବା ଚଉଡ଼ା ଇତିହାସ ରହିଛି। ଏଠାକାର ମୁସଲିମ ଶାସକଙ୍କଠୁ ଆରମ୍ଭ କରି ଇଂରେଜମାନେ ନିଜ ନିଜର ମୁଦ୍ରା ପ୍ରଚଳନ କରିଛନ୍ତି। ଏହି ଇତିହାସରେ ମହମ୍ମଦ ଘୋରୀଙ୍କ ଦ୍ବାରା ପ୍ରଚଳିତ ମାଆ ଲକ୍ଷ୍ମୀଙ୍କ ଫଟୋ ଥିବା ମୁଦ୍ରା ଥିବାବେଳେ ଆକବରଙ୍କ ଦ୍ବାରା ପ୍ରଚଳିତ ଭଗବାନ ରାମଚନ୍ଦ୍ରଙ୍କ ଫଟୋ ଥିବା ମୁଦ୍ରା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ମୁଦ୍ରା ବିଷୟରେ ଥିବା କାହାଣୀ।

{"id":212779,"sizeSlug":"large"}

ମହମ୍ମଦ ଘୋରୀଙ୍କ ପ୍ରଚଳିତ ମୁଦ୍ରାରେ ଲକ୍ଷ୍ମୀଙ୍କ ବସିଥିବା ଫଟୋ ଅଙ୍କିତ ରହିଛି ଏବଂ ଦେବନାଗରୀ​‌ରେ ମହମ୍ମଦ ବିନ ସାମ ଉତ୍କୀର୍ଣ୍ଣ ରହିଛି। ଏହି ମୁଦ୍ରା ଦିଲ୍ଲୀରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସଂଗ୍ରହାଳୟରେ ସୁରକ୍ଷିତ ରହିଛି। ଏହି ମୁଦ୍ରାର ଓଜନ ୪.୨ଗ୍ରାମ୍।

{"id":212780,"sizeSlug":"large"}

ଦିଲ୍ଲୀରେ ଘୋରୀଙ୍କ ଶାସନ କାଳରେ ମୁଦ୍ରାରେ ପୃଥ୍ବୀରାଜଙ୍କ ସମୟର ହିନ୍ଦୁ ଦେବୀ-ଦେବତାଙ୍କ ପ୍ରତୀକ ଚିହ୍ନ ଏବଂ ଦେବନାଗରୀକୁ ଅପରିବର୍ତ୍ତିତ ରଖିଥିଲା। ଘୋରୀ ଦିଲ୍ଲୀ​‌ରେ ପୃଥ୍ବୀରାଜ ଚୌହାନଙ୍କ ସମୟରେ ପ୍ରଚଳିତ ଶାସକୀୟ ମାନ୍ୟତାରେ ବିଶେଷ ପରିବର୍ତ୍ତନ କରିନଥିଲେ। ଏହି କାରଣ ଯୋଗୁଁ ହିନ୍ଦୁ ମୁଦ୍ରାରେ ଥିବା ଚିତ୍ର ଅଙ୍କନ ପରମ୍ପରା ଅନୁସାରେ ଏହି ମୁଦ୍ରାରେ ଲକ୍ଷ୍ମୀ ଏବଂ ଗାଈ ଘୋଡ଼ାରେ ବସିଥିବାର ଚିତ୍ର ଅଙ୍ଗିତ ହୋଇଥିଲା।

{"id":212781,"sizeSlug":"large"}

ଘୋରୀ ହିନ୍ଦୁ ଜନତାଙ୍କ ନୂଆ ମୁଦ୍ରାର ପ୍ରଚଳନକୁ ସ୍ବୀକାର ନ କରିବା କାରଣରୁ ରଣନୀତିକ ଉପାୟରେ ହିନ୍ଦୁ ଶାସକ,ଚୌହାନ ଏବଂ ତୋମର ବଂଶର ମୁଦ୍ରାର ପ୍ରଚଳନକୁ ଜାରି ରଖିଥିଲେ। ସେହି ସମୟରେ ମଧ୍ୟ ହିନ୍ଦୀ ଭାଷା ଲୋକଙ୍କ ଭାଷା ଥିଲା ଏବଂ ଘୋରୀ ନିଜର ଶାସନର ସଫଳତା ପାଇଁ ଭାଷାର ଆଶ୍ରୟ ନେବାକୁ ଚାହୁଁଥିଲେ। ଏହା କେବଳ ବ୍ୟବସ୍ଥାର ସ୍ଥାନାନ୍ତର ବୋଲି ଲୋକଙ୍କୁ ଭରସା ଦେବାକୁ ଚାହୁଁଥିଲେ। କିନ୍ତୁ ପରେ ତାଙ୍କ ଶାସନ କାଳରେ ବହୁତ କିଛି ପରିବର୍ତ୍ତନ ହୋଇଥିଲା।

{"id":212785,"sizeSlug":"large"}

କୁହାଯାଏ ଯେ ଥରେ ଆକବର ମଧ୍ୟ ଏପରି ଉଦ୍ୟମ କରିଥିଲେ। ଆକବର ତାଙ୍କ ଶାସନ କାଳରେ ରାମଚନ୍ଦ୍ର,ସୀତାଙ୍କ ନାଁରେ ଏକ ମୁଦ୍ରା ଜାରି କରିଥିଲେ। ଚାନ୍ଦିର ମୁଦ୍ରାରେ ରାମ ଏବଂ ସୀତାଙ୍କ ଫଟୋ ଅଙ୍କିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.