oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନସିରୁଦ୍ଦିନ୍ ଶାହଙ୍କ ବିବାଦୀୟ ବୟାନକୁ ନେଇ ହଙ୍ଗାମା,କହିଲେ- ‘ମୋଗଲମାନେ ଆତଙ୍କୀ ନୁହଁ ଶରଣାର୍ଥୀ’

31/12/2021 at 10:34 AM

ନୂଆଦିଲ୍ଲୀ ୩୧।୧୨ :  ଅନେକ ସମୟରେ ବଲିଉଡ୍ ସେଲିବ୍ରିଟି ମାନେ ନିଜର ମତାମତ ଓ ବୟାନକୁ ନେଇ ବିବାଦ ଘେରରେ ଫସିଯାଆନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତା ନସିରୁଦ୍ଦିନ୍ ଶାହ ସବୁବେଳେ ନିକ ବିବାଦିତ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ସେ ପୁଣିଥରେ ସେହିଭଳି ଏକ ବିବାଦୀୟ ବୟାନ ଦେଇ ଲୋକ ଲୋଚନକୁ ଆସିଛନ୍ତି ଓ ତାକୁ ନେଇ ହଙ୍ଗାମା ହୋଇଯାଇଛି । ନସିରୁଦ୍ଦିନ ଏକ ଶୋ’ରେ କହିଛନ୍ତି ଯେ, “ମୋଗଲ ମାନେ ହେଉଛନ୍ତି ଶରଣାର୍ଥୀ” । ଏହି ଭିଡିଓଟି ସାମନାକୁ ଆସିବାରେ ସୋସିଆଲ୍ ମିଡିଆରେ ୟୁଜର ମାନେ କ୍ଷୁବ୍ଧ ହୋଇଯାଇଛନ୍ତି ।

ତାଙ୍କର ଏହି କଣ୍ଟ୍ରୋଭର୍ସି ମନ୍ତବ୍ୟକୁ ନେଇ ଏବେ ୟୁଜର ମାନେ ରାଗିକି ଟ୍ରୋଲ୍ କରିବାରେ ଲାଗିଛନ୍ତି । ସେ ସାକ୍ଷାତକାରରେ କହିଛନ୍ତି ଯେ, “ମୋଗଲ ମାନଙ୍କ ଅତ୍ୟାଚାର ସମୟେ ସମୟେ ଚର୍ଚ୍ଚାକୁ ଆସିଥାଏ । ଆମେ କାହିଁକି ଭୁଲି ଯାଉଛେ ଯେ, ଯେଉଁମାନେ ଆମ ଦେଶ ପାଇଁ ଯୋଗଦାନ ଦେଇଛନ୍ତି, ସେମାନେ ଦେଶରେ ସ୍ଥାୟୀ ସ୍ମାରକମାନ ତିଆରି କରିଛନ୍ତି…. ଯେଉଁ ମାନଙ୍କ ସଂସ୍କୃତିରେ ନାଚିବା, ଗାଇବା, ଚିତ୍ର କରିବା ଓ ସାହିତ୍ୟ ଆସି ରହିଛି । ସେମାନେ ଏଠାକୁ ଆସିଥିଲେ ନିଜର ଦେଶ ତିଆରି କରିବାକୁ । ତେଣୁ ଆପଣ ଚାହିଁଲେ ସେମାନଙ୍କୁ ଶରଣାର୍ଥୀ ବୋଲି କହିପାରିବେ” ।

ତେବେ ଅଭିନେତାଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ୟୁଜର କହିଛନ୍ତି ଯେ, “ତେବେ କଣ ମୋଗଲଙ୍କ ପୁର୍ବରୁ ଆମ ପାଖରେ କୌଣସି ବାସ୍ତୁକଳା ନଥିଲା? ମୋଗଲ ଶରଣାର୍ଥୀ ଭାବରେ ଆସିଲେ ଓ ଆମ ବାସ୍ତୁକଳାକୁ ଠିକ୍ କରିବାରେ ସାହାଯ୍ୟ କଲେ । ଜଣାନଥିଲା ଯେ, ମୋଗଲ ମାନେ ଭାରତରେ ଏତେ ସୁନ୍ଦର ସ୍ତାପତ୍ୟ ତିଆରି କରିଥିଲେ” । ଏହିପରି ଭାବେ ଅନେକ ୟୁଜର୍ ଙ୍କ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତା ।

   Related Posts