ପାଇକା ନଦୀରେ ଘଳିଆରୁ ସୃଷ୍ଟି ହେଲା ଘାଇ, ନଦୀ ପାଖ ଗ୍ରାମ ଜଳମଗ୍ନ ସମ୍ଭାବନା
17/08/2022 at 5:36 PM

ପାରାଦୀପ, ୧୭/୦୮: କୁଜଙ୍ଗ ବ୍ଲକ କାଠକୋଟର କାଠକୋଟ ନଦୀବନ୍ଧ ପାଇକା ନଦୀରେ ଘଳିଆରୁ ସୃଷ୍ଟି ହୋଇଛି ଘାଇ । ଫଳରେ ତୀବ୍ର ଗତିରେ ଗ୍ରାମ ଭିତରକୁ ପାଣି ପଶୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ କାଠକୋଟ, ବାଣେଶ୍ୱର, ଗୋବର୍ଦ୍ଧନପୁର, ରାଇଁତୋଳା ପ୍ରଭୁତି ଗ୍ରାମ ଜଳମଗ୍ନ ହେବାରେ ଲାଗିଛି l ନଦୀର ପ୍ରଖର ସ୍ରୋତ ନିକଟରେ ରହିଥିବା ଗ୍ରାମ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି ବନ୍ୟା ଜଳ l
ଏହାର ପ୍ରଭାବରେ ଖୁବ କମ ସମୟ ମଧ୍ୟରେ ଖୋସାଲପୁର ଛକ ଠାରୁ କାଠକୋଟ ଯାଇଥିବା ରାସ୍ତା ବୁଡିଥିବା ଦେଖିବାକୁ ମିଳିଛି l ଯାହାଫଳରେ ଖୁବ କମ ସମୟ ମଧ୍ୟରେ କାଠକୋଟ ସହିତ ଏକାଧିକ ଗ୍ରାମ ଜଳବନ୍ଦୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି l
Related Posts
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023