ବଢିଲା ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟ ମାସରେ ଛୁଇଁଲା ୭%

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ, ୧୩|୦୯ ଖୁଚୁରା ମୁଦ୍ରାସ୍ଫୀତି ପୁଣି ୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ କିଛି ମାସ ଧରି ୭ ତଳକୁ ରହି ଆସିଥିଲା ଖୁଚୁରା ମୁଦ୍ରା ସ୍ଫୀତି। ଜୁଲାଇ ମାସରେ ଏହା ୬.୭୧ ପ୍ରତିଶତ ରହିଥିବା ବେଳେ ଅଗଷ୍ଟ ମାସରେ ଏହା ୭ ପ୍ରତିଶତକୁ ବୃଦ୍ଧି ପାଇଛି।

ପେଟ୍ରୋଲ, ବସ୍ତ୍ର, ଖାଦ୍ୟପଦାର୍ଥ, ସ୍ବସ୍ଥ୍ୟ ସହ ସଂପର୍କିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ଏହା ସିଧାସଳଖ ପ୍ରଭାବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରେ ରହିବା ନେଇ ଟାର୍ଗେଟ ରଖିଛି ହେଲେ ଲଗାତର ୮ ମାସ ଧରି ଏହା ୬ ପ୍ରତିଶତ ଉପରେ ରହିଲାଣି। ସେପଟେ ଖାଦ୍ୟପଦାର୍ଥ ସଂପର୍କିତ ମୁଦ୍ରାସ୍ଫୀତି ଲଗାତର ଭାବେ ବଢ଼ି ବଢ଼ି ଚାଲିଛି। ଜୁଲାଇ ମାସରେ ୬.୬୯ ପ୍ରତିଶତ ଥିବା ବେଳେ ଅଗଷ୍ଟ ମାସରେ ଏହା ୭ ଦଶମିକ ୬୨ ପ୍ରତିଶତକୁ ବଢ଼ିଛି । ଖାଦ୍ୟ ପଦାର୍ଥର ଦରବୃଦ୍ଧି ଜାରି ରହିଥିବାରୁ ଏହାର ପ୍ରଭାବ ମୁଦ୍ରାସ୍ଫୀତିକୁ ସିଧାସଳଖ ପ୍ରଭାବିତ କରିଛି।

ଗତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫. ୩୦ ପ୍ରତିଶତ ରହିଥିଲା। ଏହା ପରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲା। । ଏପ୍ରିଲ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫିତୀ ସର୍ବାଧିକ ୮ ଦଶମିକ ୩୮ ପ୍ରତିଶତ ରହିଥିଲା। ଯାହାକି ସର୍ବକାଳୀନ ରେକର୍ଡ । ଜୁଲାଇ ମାସରେ ଏହା ୭ ପ୍ରତିଶତ ତଳକୁ ଖସିଥିଲେ ମଧ୍ୟ ପୁଣି ଅଗଷ୍ଟ ମାସରେ ଏହା ୭କୁ ଛୁଇଁବା ଅର୍ଥନୈତିକ ପରିଚାଳନା ଉପରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.