scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସହର ସାରା ଗୋଳିଆ ପାଣି, ଜନସ୍ୱାସ୍ଥ୍ୟ ବିଭାଗକୁ ଦୋଷ ଲଦିଲେ ଲୋକେ

2/09/2023 at 2:45 PM

ସମ୍ୱଲପୁର ୦୨/୦୯: ସମ୍ବଲପୁର ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନ ବାଟବଣା । ସହର ସାରା ଆସୁଛି ଗୋଳିଆ ପାଣି । ପିଇବା ଦୂରର କଥା, ଗାଧୋଇବା ଯୋଗ୍ୟ ନୁହେଁ ବୋଲି ଲୋକେ ଅଭିଯୋଗ କରିବା ସହ ଜନସ୍ୱାସ୍ଥ୍ୟ ବିଭାଗକୁ ଦୋଷ ଲଦିଛନ୍ତି । ପାଣିର ରଙ୍ଗ ସମ୍ପୂର୍ଣ୍ଣ ଧୂସର ଦେଖା ଯାଉଥିବା ଅଭିଯୋଗ ହୋଇଛି । ସହରରେ ପାଇପ ଯୋଗେ ଧୂସର ତଥା ଗୋଳିଆ ପାଣି ଘରକୁ ଆସୁଛି ।

ସମ୍ବଲପୁର ସହର ଧନୁପାଲି, ଗୋବିନ୍ଦତୋଲା, ସାକ୍ଷୀପଡା, ବିନାଖଣ୍ଡିରେ ଆଜି ଏପରି ଗୋଳିଆ ପାଣି ଆସୁଥିବା ଦେଖି ଲୋକେ ଭୟଭୀତ ଅଛନ୍ତି । ପିଏଚ୍‌ଡି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିର ଅବସ୍ଥା ଅତି ସାଂଘାତିକ । ମଣିଷ ଛାଡନ୍ତୁ ଗାଇଗୋରୁ ମଧ୍ୟ ପିଇବା ଯୋଗ୍ୟ ନୁହେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଘରେ ଘରେ ଫିଲଟର ଲଗାଇବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ତେବେ କେବଳ ଗୋଳିଆ ପାଣି ଆସୁଛି ତାହା ନୁହେଁ । ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ରାସ୍ତାରେ ବହୁଛି । ରାସ୍ତାର ଧୂଳି ମଳି ସେହି ପାଣିରେ ମିଶି ପୁଣି ଘରକୁ ଘର ସପ୍ଲାଇ ହେଉଛି । ଯଦି ନୂଆ ପାଇପ୍ ବିଛା ଯାଇଥାନ୍ତା ତେବେ ଏଭଳି ଗୋଳିଆ ପାଣି ଆସନ୍ତା ନାହିଁ ବୋଲି କୁହାଯାଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ତେବେ ଘଟଣା ନେଇ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

   Related Posts