‘ଲଭ୍ ସ୍କୁଲ’ଫେମ୍ ଜଗନୁର୍ ଅନେଜାଙ୍କ ଦେହାନ୍ତ, ମୃତ୍ୟୁ ପୂର୍ବରୁ କଲେ ଶେଷ ଇଚ୍ଛା ପୂରଣ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯: ସିଦ୍ଧାର୍ଥ ଶୁକ୍ଲାଙ୍କ ପରେ ଏବେ ଆଉ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଦୁନିଆକୁ ବିଦାୟ ଦେଇଛନ୍ତି। ହୃଦ୍‌ଘାତ ହେତୁ MTV ଲଭ୍ ସ୍କୁଲ ଫେମ୍ ଜଗନୁର୍ ଅନେଜାଙ୍କ ଦେହାନ୍ତ ହୋଇଛି। କିଏ ଜାଣିଥିଲା ଯେ ମିଶରକୁ ଛୁଟିରେ ଯାଇଥିବା ଜଗନୁର ସେଠାରୁ ଆଉ ଫେରିବେ ନାହିଁ। ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

{"width":651,"height":794}
PunjabKesari

ସୂଚନା ଅନୁଯାୟୀ, ଜଗନୁର ପ୍ରଥମେ କରନ କୁନ୍ଦ୍ରା ଏବଂ ଅନୁଷ୍କା ଦାଣ୍ଡେକରଙ୍କ ସୋ MTV ଲଭ୍ ସ୍କୁଲ ସିଜିନରେ ନଜରଆସିଥିଲେ। ପ୍ରଥମ ସିଜନରେ ସେ ତାଙ୍କ ଗର୍ଲଫ୍ରେଣ୍ଡ ମନୀଷାଙ୍କ ସହ ଭାଗ ନେଇଥିଲେ। ତେବେ ପରେ ଉଭୟଙ୍କ ବ୍ରେକଅପ୍ ହୋଇଯାଇଥିଲା। ମନୀଷାଙ୍କ ସହିତ ବ୍ରେକଅପ୍ ପରେ ଜଗନୁର ମୋନିକାଙ୍କ ସହ ରିଲେସନସିପ୍‌ରେ ଆସିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ।

{"width":652,"height":681}
PunjabKesari

ମୃତ୍ୟୁ ପୂର୍ବରୁ ଜଗନୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ସେ ଲଗାତାର ଇନଷ୍ଟାଗ୍ରାମରେ ତାଙ୍କ ପିକନିକର ଭିଡିଓ ଏବଂ ଫଟୋ ସେୟାର କରୁଥିଲେ। ସେ ଦୁଇ ଦିନ ପୂର୍ବେ ରିଲ୍ ଭିଡିଓ ସେୟାର କରି ଲେଖିଥିଲେ - 'ଏକ ସ୍ୱପ୍ନ ସାକାର ହେଲା, ଯେତେବେଳେ ମୁଁ ଗିଜାର ମହାନ ପିରାମିଡ୍ ଦେଖିଲି, ମୋର ବକେଟ୍ ଲିଷ୍ଟରରେ ଏକ ଇଚ୍ଛା ପୂରଣ ହେଲା । ବର୍ତ୍ତମାନ ଏହି ଫଟୋଗୁଡିକୁ ଦେଖି ଲୋକ ବିଶ୍ୱାସ କରିପାରୁନାହାଁନ୍ତି ଯେ ଏପରି ଫିଟ୍ ବ୍ୟକ୍ତି ଆଉ ଏହି ଦୁନିଆରେ ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.