ପଛରେ ପଡ଼ିଲା ଏହି ସରକାରୀ ଟେଲିକମ୍ କମ୍ପାନି, BSNL ସହ ହେଲା ବିଲୟ

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନି ରେସ୍‌ରେ ପଛରେ ପଡ଼ିଲା ସରକାରୀ କମ୍ପାନି MTNL । ଘରୋଇ ଟେଲିକମ୍ କମ୍ପାନିଙ୍କ ଲୋକପ୍ରିୟତା, ଏବେ ଏହି ସରକାରୀ ଟେଲିକମ୍‌ କମ୍ପାନିକୁ ବନ୍ଦ ହେବା ଦିଗରେ ନେଇଯାଇଛି। ଦିନେ ଦିଲ୍ଲୀ-ମୁମ୍ବାଇର ଘରେ ଘରେ ବାଜୁଥିବା ଏହି ଫୋନ୍‌ର ଘଣ୍ଟି ଏବେ ବନ୍ଦ ହେବା ଉପରେ।  କାରଣ ସରକାର ଏହାର ରିଚାର୍ଜ ବନ୍ଦ କରିଛନ୍ତି। ଆଉ କମ୍ପାନିର ଖରାପ ଆର୍ଥିକ ସ୍ଥିତି କାରଣରୁ ଏହାର ପରିଚାଳନା ବିଏସଏନଏଲକୁ ହସ୍ତାନ୍ତର କରାଯାଇଛି। ଅବଶ୍ୟ BSNLରେ ବିଲୟ ପରେବି ଏମଟିଏନଏଲ ଚାଲୁ ରହିବ।ବିଏସଏନଏଲ ଦ୍ବାରା ରିଚାର୍ଜ ହେବ। ସେହିଭଳି କର୍ମଚାରୀଙ୍କୁ ଭିଆରଏସ ଅପ୍ସନ ମଧ୍ୟ ମିଳିବ।

ପ୍ରକୃତରେ ଋଣ ଭାରରେ ଫସିଥିବା ଏମଟିଏନଏଲର ପୁନଃରୁଦ୍ଧାର ଅନୁଯାୟୀ,  ୩୦ ହଜାର କୋଟି ଟଙ୍କାର ଋଣ ପୁର୍ନଗଠନ ପ୍ରକ୍ରିୟେ ପରେ ଏହାର ସଂପୂର୍ଣ୍ଣ ପରିଚାଳନା ବିଏସଏନଏଲକୁ ଟ୍ରାନ୍ସଫର କରାଯିବ। କେବଳ ଏହାର ସ୍ବତନ୍ତ୍ର ଅସ୍ତିତ୍ବକୁ ଶେଷ କରାଯାଉଛି। ଏହାର ପରିଚାଳନା ବିଏସଏନଏଲ ମାଧ୍ୟମରେ କରାଯିବ। ୩୦୦୦ କର୍ମଚାରୀଙ୍କୁ ଭିଆରଏସ ଦେବାକୁ ଯୋଜନା ରହିଛି। କିମ୍ବା ସେହି କର୍ମଚାରୀଙ୍କୁ ବିଏସଏନଏଲକୁ ବଦଳି କରାଯିବ।

ସୂଚନାଥାଉକି, ଏମଟିଏନଏଲକୁ ବିଏସଏନଏଲ ସହ ବିଲୟ କରି ସରକାରଙ୍କୁ ଏହାର ଭଲ ପରିଣାମ ମିଳିବା ନେଇ ଆଶା କରାଯାଉଛି। ଗୋଟିଏ ପଟେ ଘରୋଇ କମ୍ପାନି ୪ଜି ଏବଂ ୫ଜି ରେସ୍‌ରେ ଆଗରେ ଥିବାବେଳେ ସରକାରୀ କମ୍ପାନି ସଂଘର୍ଷ କରୁଛନ୍ତି। ଏମଟିଏନଏଲ-ବିଏସଏନଏ ଉଭୟ ଏହି ରେସ୍‌ରେ ସରକରୀ କମ୍ପାନି ରେସ୍‌ରେ ପଛରେ ପଡ଼ିଛନ୍ତି।ଅବଶ୍ୟ, ଏମାନଙ୍କର ପୁନରୁଦ୍ଧାର ପାଇଁ ୨୦୧୯ ଠାରୁ ସରକାର ଉଭୟ କମ୍ପାନିଙ୍କୁ ୩.୨୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଦେଇଛନ୍ତି।

ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରିଲାଏନ୍ସ ଜିଓ ସବୁଠୁ ଆଗରେ ରହିଛି, ଜିଓର ମାର୍କେଟ କ୍ୟାପ୍‌ ୪୦.୪୮%, ଭାରତୀ ଏୟାରଟେଲ ପାଖରେ ୩୩.୧୨ ପ୍ରତିଶତ, ଭୋଡାଫୋନ-ଆଇଡିଆ ନିକଟରେ ୧୮.୭୭% ଅଂଶଧନ ରହିଛି। ସେହିଭଳି ବିଏସଏନଏଲ ପାଖରେ ୭.୪୬ % ଏବଂ ଏମଟିଏନଏଲ ନିକଟରେ କେବଳ ୦.୧୬ % ଗ୍ରାହକ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.