ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଏଭରେଷ୍ଟକୁ ନୂଆ ବିପଦ, ପର୍ବତାରୋହୀଙ୍କ ଛିଙ୍କରୁ ତିଆରି ହେଉଛି ରୋଗର ପାହାଡ଼  

16/03/2023 at 9:46 PM

ନୂଆଦିଲ୍ଲୀ, ୧୬/୦୩: ବିଶ୍ବର ଉଚ୍ଚତମ ପର୍ବତ ମାଉଣ୍ଟ ଏଭରେଷ୍ଟ। ବିଶ୍ବର ସବୁଠୁ ଉଚ୍ଚତମ ପର୍ବତ ଆରୋହଣ ପାଇଁ ପ୍ରତିବର୍ଷ ଅନେକ ସଂଖ୍ୟାରେ ପର୍ବତାରୋହୀ ଆସିଥାନ୍ତି। ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଖୁବ୍ ରୋମାଞ୍ଚକର ମଧ୍ୟ ହୋଇଥାଏ। କିନ୍ତୁ ଏଭରେଷ୍ଟ ଚଢ଼ିବା ଏତେ ସହଜ ନୁହେଁ। ଅନେକ ଦିନର କଠିନ ଚଢ଼ାଣ ପରେ ଯାଇ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବାରେ ସକ୍ଷମ ହୋଇଥାନ୍ତି।

ତେବେ ମାଉଣ୍ଟ ଏଭରେଷ୍ଟକୁ ନେଇ ବର୍ତ୍ତମାନ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ଚିନ୍ତାର କାରଣ ହୋଇପାରେ। ପ୍ରକୃତରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି କେହି ମାଉଣ୍ଟ ଏଭରେଷ୍ଟରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ତେବେ ଏହି କାଶ, ଛିଙ୍କରେ ଥିବା ଜୀବାଣୁ ବର୍ଷ ବର୍ଷ ଧରି ବରଫରେ ଜୀବିତ ରହୁଛନ୍ତି ଏବଂ ସେଥିରେ ହିଁ ବଢ଼ୁଛନ୍ତି। ଗବେଷକଙ୍କ ଅନୁଯାୟୀ ପର୍ବତାରୋହୀଙ୍କ ଦ୍ବାରା ଏହି ରୋଗାଣୁ ହିମାଳୟରେ ବ୍ୟାପୁଛନ୍ତି। ଏହି ଜୀବାଣୁମାନେ ସେଠାରେ ବରଫରେ ଅନେକ ଦଶନ୍ଧି ଧରି ପଡ଼ିରହୁଛନ୍ତି।

ଏହି ଅଧ୍ୟୟନରେ ଆହୁରି ମଧ୍ୟ ଏଭରେଷ୍ଟର ଥଣ୍ଡା ଏବଂ ସମ୍ବେଦନଶୀଳ ପରିବେଶ ଉପରେ ଦ୍ରୁତ ଭାବରେ ପଡ଼ୁଥିବା ପର୍ଯ୍ୟଟନର ପ୍ରଭାବ ବିଷୟରେ ମଧ୍ୟ କୁହାଯାଇଛି। ଗବେଷକ କହିଛନ୍ତି ଆର୍କଟକ୍, ଆଣ୍ଟାର୍କଟିକା ଏବଂ ଆଲପାଇନ୍‌ ଭଳି ପୃଥିବୀର ସବୁଠୁ ଉଚ୍ଚ ପର୍ବତ ଉପରେ ମିଳୁଥିବା ସୁକ୍ଷ୍ମ ଜୀବଙ୍କ ବିଷୟରେ ବହୁତ୍ କମ୍ ସୂଚନା ରହିଛି। ଏହି ଜୀବାଣୁମାନେ ଏଭଳି ଥଣ୍ଡା ସ୍ଥାନରେ କିପରି ପହଞ୍ଚିଲେ ଏବଂ ସେମାନେ ଏଭଳି କଠିନ ଜଳବାୟୁରେ କେମିତି ଜୀବିତ ରହୁଛନ୍ତି ତାହାବି ପୁଣି ଏତେ ଉଚ୍ଚତାରେ। ଏନେଇ ଏହି ଗବେଷଣା କରାଯାଇଥିଲା।

ଏମିତି ହୋଇଥିଲା ଗବେଷଣା:

ରିସର୍ଚ୍ଚର ବରିଷ୍ଠ ଲେଖକ ଷ୍ଟିଭ ସ୍ମିଥ୍‌ କହିଛନ୍ତି ଯେ ଏଭରେଷ୍ଟରେ ମିଳିଥିବା ସୁକ୍ଷ୍ମଜୀବଙ୍କ ଠାରେ ମନୁଷ୍ୟର ଛାପ ମିଳିଛି। ହିମାଳୟରୁ ସଂଗ୍ରହ ହୋଇଥିବା ମାଟିରୁ ଗବେଷକ ନେକ୍ସଟ ଜେରେରେସନ ଜିନ୍‌ ସିକ୍ବେନ୍ସୀଂ ଟେକ୍ନୋଲୋଜୀର ବ୍ୟବହାର କରି ବିଶ୍ଲେଷଣ କରାଯାଇଥିଲା। କେବଳ ମାଟି ନୁହେଁ ପ୍ରାୟ ସବୁ ଜିନିଷ ଏବଂ ସେଥିରେ କୌଣସି ପ୍ରକାରର ଜୀବ ରହିଛନ୍ତି କି’ ସେନେଇ ମଧ୍ୟ ପରୀକ୍ଷା କରାଯାଇଥିଲା।

ରିସର୍ଚ୍ଚରେ କୁହାଯାଇଛି ଯେ, ଗବେଷଣାରୁ ମିଳିଥିଲା ଯେ ପର୍ବତାରୋହୀ ପ୍ରାୟ ସବୁ ସ୍ଥାନରେ ଏହି ସୁକ୍ଷ୍ମଜୀବ ଛାଡ଼ିଛନ୍ତି, ଯାହାକି ଚାରିଆଡ଼େ ବ୍ୟାପିଛନ୍ତି। ଟିମ୍ କହିଛି ଏଭଳି ଲାଗୁଛି ​‌ଯେ କିଛି ସୁକ୍ଷ୍ମ ଜୀବ ବିକଶିତ ମଧ୍ୟ ହୋଇଯାଇଛନ୍ତି। ତେବେ ଏହି ଜୀବାଣୁ ଏଭଳି ପରିବେଶରେ କିପରି ବିକଶିତ ହୋଇଛନ୍ତି ତାହା ଆଶ୍ଚର୍ଯ୍ୟ ବୋଲି ମଧ୍ୟ ଗବେଷକ ଚିନ୍ତା ପ୍ରକାଶ କରିଛନ୍ତି । ଯେତେବେଳେକି ସାଧାରଣତଃ ଏହି ଜୀବାଣୁ ସାଧାରଣତଃ ଗରମ ଏବଂ ଓଦା ପରିବେଶରେ ବଢ଼ିଥାନ୍ତି। ୨୦୧୯ ରେ ଏଠାରୁ ମାଟି ସାମ୍ପୁଲ ନିଆଯାଇଥିଲା।

ସବୁଠୁ ଅଧିକ ପରିମାଣରେ ରହିଛନ୍ତି ଏହି ଜୀବାଣୁ:

ଗବେଷଣାରୁ ଜଣାପଡ଼ିଛି ଯେ ସବୁଠୁ ଅଧିକ ପରିମାଣରେ ମିଳିଥିବା ଜୀବାଣୁ ମଧ୍ୟରେ ରହିଛି ନାଗାନିଶିୟା ଜିନ୍‌ର ଏକ କବକ । ଏହାସହ ଏହି ସୁକ୍ଷ୍ମ ଜୀବଙ୍କ ଡିଏନଏରୁ ମଣିଷଙ୍କ ଠାରେ ଦେଖାଯାଉଥିବା ଜୀବାଣୁ ଷ୍ଟାଫିଲୋକୋକସ୍ ମଧ୍ୟ ମିଳିଛି। ଏହି ଜୀବାଣୁ ଚର୍ମ ଏବଂ ନାକରେ ରହିଥାଏ। ସେହିପରି ଷ୍ଟେ୍ରପଟୋକୋକ୍ସ ଜୀବାଣୁ ମଧ୍ୟ ରହିଛି ଯାହା ମାନବ ପାଟିରେ ରହିଥାଏ।

ତେବେ ଏହି ସୁକ୍ଷ୍ମ ଜୀବଙ୍କ ଦ୍ବାରା ଏଭରେଷ୍ଟର ପରିବେଶରେ ଗୁରୁତର ଭାବରେ ପ୍ରଭାବିତ ନହେବାର ଅନୁମାନ କରିଛନ୍ତି ଗବେଷକ। ଯଦି ଏଭଳି ଥଣ୍ଡା ସ୍ଥାନରେ ଜୀବାଣୁ ରହିପାରୁଛନ୍ତି ତେବେ ଅନ୍ୟ ଗ୍ରହ ଏବଂ ଥଣ୍ଡା ଚନ୍ଦ୍ରମାରେ ଜୀବନ ମିଳିପାରେ ବୋଲି ଆଶାପ୍ରକାଶ କରିଛନ୍ତି ଗବେଷକ। ତେବେ ଆମକୁ ଏହା ଉପରେ ଧ୍ୟାନ ଦେବାକୁ ହେବ ଯେ ଆମେ ତାଙ୍କୁ ଦୂଷିତ କରୁନାହୁଁ।

   Related Posts