oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଏମଏସସିବିଡି ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଦଶ ଦଫା ଦାବିରେ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

12/11/2021 at 1:50 PM

ବାରିପଦା,୧୨/୧୧: ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର  ଅଶାନ୍ତି। ହଷ୍ଟେଲ ରିଆଡ଼ମିସନ୍ ଫି ହ୍ରାସ, ଛାତ୍ର ପରିଷଦ ଗଠନ ଦାବି, ୱାଇଫାଇ କ୍ୟାମ୍ପସ ବ୍ୟବସ୍ଥା ଭଳି ଦଶ ଦଫା ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ଶତାଧିକ ଛାତ୍ରଛାତ୍ରୀ  ଧାରଣା ଦେଇଛନ୍ତି।

କରୋନା ପ୍ରାଦୁର୍ଭାବ କମି ନଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବାରୁ ହଷ୍ଟେଲ ଫି ଦେବାକୁ ଅସମର୍ଥ ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ। ତେବେ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ୱାଇଫାଇ କ୍ୟାମ୍ପସ ନହେବା ଦୁଃଖ ଓ ପରିତାପର ବିଷୟ ପାଲଟିଥିବା ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି। ଏନେଇ ଗତ ସାତ ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ । ତେବେ ଆସନ୍ତା ୧୫ ତାରିଖ ପ୍ରେରଣା ଛାତ୍ର ବୃତ୍ତିର ଶେଷ ତାରିଖ ରହିଛି।

ତେଣୁ  ଶୁକ୍ରବାର ବାଧ୍ୟ ହୋଇ ଛାତ୍ର ଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପାଠକକୁ ତାଲା ପକାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ର ଛାତ୍ରୀ ଚେତାବନୀ ଦେଇଛନ୍ତି।

   Related Posts