ଧୋନୀଙ୍କ ଭରସା ଗାଁ ବଇଦ; ରାଞ୍ଚିରେ ଆୟୁର୍ବେଦିକ ବଇଦଙ୍କ ଠାରୁ ଆଣ୍ଠୁ ଚିକିତ୍ସା କରାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଧୋନୀ

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ମହେନ୍ଦ୍ରର ସିଂହ ଧୋନୀ ତାଙ୍କ ସାଇଲେଣ୍ଟ ନେଚର ପାଇଁ ଟିମ୍ ଇଣ୍ଡିଆରେ କ୍ୟାପ୍ଟେନ୍ କୁଲ୍ ନାମରେ ପରିଚିତ ଥିଲେ। ସେ ଲାଇମ୍‌ଲାଇଟକୁ ଏତେ ଆସିବାକୁ ଚାହାଁନ୍ତି ନାହିଁ। ଅବସର ନେବା ପରଠାରୁ ଧୋନୀ ଯେମିତି କୁଆଡ଼େ ଗାୟବ ହୋଇଯାଇଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ଧୋନୀ ତାଙ୍କ ଆଣ୍ଠୁ ସମସ୍ୟାରେ ପୀଡ଼ିତ ଅଛନ୍ତି। ଆଉ ଏଥିପାଇଁ ସେ କୌଣସି ବଡ଼ ହସ୍‌ପିଟାଲ୍‌ରେ ନିଜର ଚିକିତ୍ସା କରାଉ ନାହାନ୍ତି। ବରଂ ଗାଁ ବଇଦ ତାଙ୍କର ଚିକିତ୍ସା କରୁଛନ୍ତି। ଧୋନୀ ନିଜେ ବଇଦଙ୍କ ପାଖକୁ ଯାଇ ଆଣ୍ଠୁର ଚିକିତ୍ସା କରାଉଛନ୍ତି।  

ରାଞ୍ଚିରେ ଏହି ବଇଦ ଜଣଙ୍କ ଆୟୁର୍ବେଦ ଚିକିତ୍ସାର ଅଭ୍ୟାସ କରୁଛନ୍ତି। ଉକ୍ତ ଏରିଆରେ ସେ ଖୁବ୍ ପ୍ରତିଷ୍ଠିତ ଆୟୁର୍ବେଦିକ ବଇଦ ବୋଲି ତାଙ୍କର ନାଁ ରହିଛି। ଏବଂ ଧୋନୀ ତାଙ୍କ ପାଖକୁ ଯାଇ ନିଜର ଚିକିତ୍ସା କରାଉଛନ୍ତି। ବଇଦ ବନ୍ଦନ ସିଂହ ରୋଗୀଙ୍କୁ ଜଡ଼ିବୁଟି ମିଶ୍ରିତ କ୍ଷୀର ଖାଇବାକୁ କହୁଛନ୍ତି। ଧୋନୀଙ୍କ ଚିକିତ୍ସା ନେଇ ବନ୍ଦନ କହିଛନ୍ତି ଧୋନୀ ଗୋଟିଏ ମାସ ପୂର୍ବରୁ ଔଷଧର ଗୋଟିଏ ଡୋଜ୍ ନେଇଛନ୍ତି। ତେବେ ପରବର୍ତ୍ତୀ ମାସରେ ସେ କେବେ ଔଷଧ ନେବାକୁ ଆସିବେ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି ବୋଲି ବନ୍ଦନ ସିଂହ କହିଛନ୍ତି।  

ତେବେ ଧୋନୀ  ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିବା ସମୟରେ ସେ ଏକ ମଜାଦାର ଘଟଣା ଶେୟାର କରିଛନ୍ତି। ଧୋନୀ ଯେତେବେଳେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ। ସେ ଚିହ୍ନିପାରି ନଥିଲେ। ପୂର୍ବରୁ ଧୋନୀଙ୍କ ବିଷୟରେ ଜାଣିଥିଲେ ବି ତାଙ୍କୁ ଚିହ୍ନିପାରି ନଥିଲେ। ସ୍ଥାନୀୟ ଲୋକ ଧୋନୀଙ୍କ ସହ ଫଟୋ ଉଠାଇବା ପରେ ସେ ଜାଣିବାକୁ ପାଇଥିଲେ ବୋଲି ବନ୍ଦନ ସିଂହ କହିଛନ୍ତି।

ଟାଇମ୍ସ ନାଓଁର ଏକ ରିପୋର୍ଟ ଅନୁସାରେ ଧୋନୀଙ୍କ ବାପାମା ଏହି ଆୟୁର୍ବେଦିକ ବଇଦଙ୍କ ପାଖକୁ ଯାଉଥିଲେ। ଏହାର ଦୁଇ-ତିନି ମାସ ପରେ ଧୋନୀ ମଧ୍ୟ ତାଙ୍କ ଅଭିଯୋଗ ନେଇ ବୈଦଙ୍କ ପାଖକୁ ଯାଇଥିଲେ। ଉଭୟ ଆଣ୍ଠୁରେ ସମସ୍ୟା ଥିବା ଧୋନୀ ବୈଦଙ୍କୁ କହିବା ପରେ ତାଙ୍କୁ ଔଷଧର ଡୋଜ୍ ଦିଆଯାଇଥିଲା। ତେବେ ପରବର୍ତ୍ତି ଡୋଜ୍ ନେବାକୁ ଧୋନୀ କେବେ ଆସିବେ ସେ ନେଇ କିଛି ସୂଚନା ଦେଇନଥିବା ବନ୍ଦନ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.