ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରବିବାର ବଡ଼ ଖବର ଦେବେ ଏମଏସ ଧୋନୀ, ଦିନ ଦୁଇଟାରେ କରିବେ ଫେସବୁକ ଲାଇଭ

24/09/2022 at 9:59 PM

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଜୀବନକୁ ସାର୍ବଜନୀନ କରିବାକୁ ପସନ୍ଦ କରନ୍ତି ନାହିଁ । ବ୍ୟକ୍ତିଗତ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଧୋନୀ କେବେ ମଧ୍ୟ ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେ ନିଜକୁ ସୋସିଆଲ ମିଡିଆ ଏବଂ ପବ୍ଲିକ ଲାଇଫଠାରୁ ଦୂରରେ ରଖିଥାନ୍ତି । ତେବେ ଏବେ ଏହି ସୋସିଆଲ ମିଡିଆରେ ହିଁ ସେ କିଛି ବଡ଼ ଖୁଲାସା କରିବାକୁ ଯାଉଛନ୍ତି ।

ଧୋନୀ କହିଛନ୍ତି, ସେପ୍ଟେମ୍ୱର ୨୫ରେ ସୋସିଆଲ ମିଡିଆରେ ପ୍ଲାଟଫର୍ମ ପେସବୁକରେ ଲାଇଭ ଆସିବେ ଏବଂ ଏଠାରେ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେବେ। ସେ କହିଛନ୍ତି, ରବିବାର ଅପାରହ୍ଣରେ ଲାଇଭ ଆସିବେ । ତେବେ ସେ କେଉଁ ଘୋଷଣା କରିବେ ତାହା କିଛି ସ୍ପଷ୍ଟ ହୋଇ ନାହିଁ । ସୋସିଆଲ ମିଡିଆରେ ଧୋନୀ ବଡ଼ ଫ୍ୟାନ ଫଲୋଇଙ୍ଗ ରହିଛି । ହଜାର ହଜାର ଦର୍ଶକ ତାଙ୍କ ଲାଇଭକୁ ଅପେକ୍ଷା କରି ରହିଛନ୍ତି ।

ନିଜର ନେତୃତ୍ୱରେ ଭାରତକୁ ଦୁଇଟି ବିଶ୍ୱକପ ଏବଂ ଗୋଟିଏ ଚାମ୍ପିୟନ ଟ୍ରଫି ବିଜୟୀ କରାଇଥିବା ଧୋନୀ ୨୦୨୧ ଜାନୁଆରୀ ପରଠାରୁ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ ସେୟାର କରି ନାହାନ୍ତି । ନିଜର ସନ୍ନ୍ୟାସ ଘୋଷଣା ମଧ୍ୟ ସୋସିଆଲ ମିଡିଆରେ କରିଥିଲେ ।  

   Related Posts