ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଧୋନୀଙ୍କ ପ୍ରତ୍ୟାବର୍ତ୍ତନ ଏବେ ମୁସ୍କିଲ ଲାଗୁଛି: ସେଓ୍ଵାଗ

Published By : Prameya-News7 Bureau | March 18, 2020 IST

ଅହମ୍ମଦାବାଦ ୧୮।୦୩: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହେବ। ଏହା କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେଓ୍ଵାଗ। ସେ କହିଛନ୍ତି ଯେ, ଚୟନକର୍ତ୍ତା ଧୋନୀଙ୍କ ବଦଳ ଖେଳାଳିର ସନ୍ଧାନ ସହିତ ବହୁତ ଆଗକୁ ବଢି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଧୋନୀ ବିଶ୍ଵ କପ୍ ସେମି ଫାଇନାଲ ପରଠୁ ଆଉ ଭାରତ ପାଇଁ କୌଣସି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ସେ ଦୀର୍ଘ ଆଠ ମାସ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି।

{"id":240311,"width":785,"height":468,"sizeSlug":"large"}

ଧୋନୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ସେଓ୍ଵାଗ କହିଛନ୍ତି ଯେ, ସେ କାହା ଜାଗାରେ ଫିଟ୍ ହେବେ। ଋଷଭ ପନ୍ତ ଓ କେଏଲ ରାହୁଲ ଦଳରେ ଅଛନ୍ତି ଏବଂ ରାହୁଲ ସଂପ୍ରତି ଚତ୍ମକାର ଫର୍ମରେ ଅଛନ୍ତି। ତେଣୁ ମୋତେ ଲାଗୁଛି ଯେ ଦଳ ପ୍ରବନ୍ଧକ ଏହି ଦଳ ସହିତ ଆଗକୁ ବଢିବେ। ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ବୀରେନ୍ଦ୍ର ସେଓ୍ଵାଗ।

ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟ ବିଷୟରେ ସେଓ୍ଵାଗ କହିଛନ୍ତି ଯେ, ଆମକୁ ଏହା ମାନି ନେବା ଉଚିତ୍ ଯେ, ସେମାନେ ଦିନିକିଆ ଓ ଟେଷ୍ଟରେ ଆମଠୁ ଉନ୍ନତ ଅଛନ୍ତି। ଟି-୨୦ରେ ମ୍ୟାଚ୍‌ରେ ସେମାନେ ସଂଘର୍ଷ କରି ଆମଠୁ ଅଳ୍ପ ରନ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଟି-୨୦ରେ ପ୍ରତ୍ୟାବର୍ତ୍ତନ କରିବା ସର୍ବଦା କଠିନ ହୋଇଥାଏ। ବିରାଟଙ୍କ ଖରାପ ଫର୍ମ  ବିଷୟରେ ବୀରୁ କହିଛନ୍ତି, ସେ ବିଶ୍ଵସ୍ତରୀୟ ବ୍ୟାଟସମ୍ୟାନ। ମାତ୍ର ଏମିତି ସମସ୍ତ ମହାନ ଖେଳାଳିଙ୍କ ସହିତ ହୋଇଥାଏ। ସେ ସଚିନ ତେନ୍ଦୁଲକର ହୁଅନ୍ତୁ କି ଷ୍ଟିଭ ଓ୍ଵ,  ରିକି ପଣ୍ଟିଂ କିମ୍ବା ଜ୍ୟାକ୍ କ୍ୟାଲିସ।

{"id":240312,"width":747,"height":528,"sizeSlug":"large"}

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପରେ କେଉଁ ଦଳ ଫେବରାଇଟ୍, ସେହି  ବିଷୟରେ ବୀରୁ କହିଛନ୍ତି ଯେ, ଟି-୨୦ରେ ଆପଣ କୌଣସି ଗୋଟିଏ ଦଳକୁ ନେଇ ଭବିଷ୍ୟବାଣୀ କରି ପାରିବେ ନାହିଁ। ଏଠାରେ ଯେ କୌଣସି ଖେଳାଳି ନିଜ ଦମରେ ମ୍ୟାଚ୍‌ର ଫଳାଫଲ ଓଲଟାଇ ଦେବାର ସାମର୍ଥ୍ୟ ରଖି ଥାନ୍ତି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ସେ କହିଛନ୍ତି ଯେ, ତାଙ୍କର ପ୍ରତ୍ୟାବର୍ତ୍ତନରେ ଭାରତୀୟ ଦଳ ଉପକୃତ ହେବେ। ହାର୍ଦ୍ଦିକଙ୍କ ରୂପେ ଅଲରାଉଣ୍ଡର ଆସିବା ଦ୍ଵାରା ଭାରତୀୟ ଦଳ ଆହୁରି ମଜବୁତ ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.