ଇନଷ୍ଟାଗ୍ରାମ୍‌ରେ ପ୍ରୋଫାଇଲ୍ ପିକ୍‌ଚର୍ ବଦଳାଇଲେ ଧୋନୀ : କହିଲେ- 'ମୁଁ ଭାରତୀୟ, ଏହା ମୋ ଭାଗ୍ୟ'

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ, ୧୩|୦୮:  ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଦେଶବାସୀ ଅମୃତୋତ୍ସବ ପାଳନ କରୁଛନ୍ତି । ଭାରତ ସରକାରଙ୍କ ଆହ୍ୱାନରେ ତ୍ରିରଙ୍ଗା ଅଭିଯାନ ଜାରି କରିଛି । ଦେଶବାସୀ ସୋସିଆଲ ମିଡିଆରେ ଓ ନିଜ ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗାର ଫଟୋ ପୋଷ୍ଟ କରୁଛନ୍ତି । ଏଥିରେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ବି ଯୋଡି ହୋଇଯାଇଛି ।

ଶୁକ୍ରବାର ଧୋନୀ ଇନଷ୍ଟାଗ୍ରାମରେ ନିଜ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରିଛନ୍ତି । ଫଟୋରେ ସେ ତ୍ରିରଙ୍ଗା ରଖିଛନ୍ତି । ଏହାସହ ସେ ଏକ ସ୍ୱତନ୍ତ୍ର ସନ୍ଦେଶ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ମୁଁ ଜଣେ ଭାରତୀୟ । ଏହା ମୋର ଭାଗ୍ୟ ।

ସୋସିଆଲ ମିଡିଆରେ ଧୋନୀ ବହୁତ କମ୍ ସକ୍ରିୟ ରଖିଥାନ୍ତି । ସେ ବହୁତ ଦିନ ହେବ କିଛି ପୋଷ୍ଟ୍ କରିନାହାଁନ୍ତି । କିନ୍ତୁ ତ୍ରିରଙ୍ଗା ଅଭିଯାନରେ ଭାଗ ନେବା ସହ ଏବେ ଚର୍ଚ୍ଚାକୁ ପୁଣି ଆସିଛନ୍ତି ।

ଧୋନୀଙ୍କ ସହ ଅନ୍ୟ କ୍ରିକେଟର ମଧ୍ୟ ତ୍ରିରଙ୍ଗା ଅଭିଯାନରେ ଯୋଡି ହୋଇଛନ୍ତି । ଇରଫାନ ପଠାନ ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । ଏହାସହ ଫ୍ୟାନଙ୍କୁ ମଧ୍ୟ ହର୍ ଘର୍ ତ୍ରିରଙ୍ଗା କାର୍ୟ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ଅଗଷ୍ଟ ୧୫କୁ ଧୋନୀ ଏକ ସ୍ୱତନ୍ତ୍ର ଦିନ ଭାବେ ମାନିଥାନ୍ତି । କାରଣ ସେ ୨୦୨୦  ମସିହା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ୍ କରି ଅବସର ବାବଦରେ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.