ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ ମାହି, ଖୁବ୍‌ଶୀଘ୍ର ଆରମ୍ଭ ହେବ ଶୁଟିଂ !

Published By : Prameya-News7 Bureau | May 12, 2022 IST

ମୁମ୍ବାଇ ୧୨।୫: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଜଗତରେ ପାଦ ଦେବାକୁ ମନ ବଳାଇଛନ୍ତି । ଏହାର ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯିବ । ଯଦି ଆପଣ ଭାବୁଥାନ୍ତି ଯେ ଧୋନୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ୍ । ସେ ଅଭିନେତା ନୁହେଁ ବରଂ ନିର୍ମାତା ଭାବେ ଫିଲ୍ମ ଜଗତରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂ ଧୋନୀ ସାଉଥ୍ ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ୍ ହୋଇସାରିଛି । ଖୁବ୍ ଶୀଘ୍ର ଔପଚାରିକ ଭାବେ ଏହାର ଘୋଷଣା ମଧ୍ୟ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଧୋନୀଙ୍କ ଏହି ଫିଲ୍ମର ହିରୋଇନ୍ ହେବେ ନୟନତାରା । ଯିଏକି ସାଉଥ୍‌ର ବେଶ୍ ଜଣାଶୁଣା ଅଭିନେତ୍ରୀ । ଏହା ଏକ ତାମିଲ ଫିଲ୍ମ ହେବ ।

ଉଲ୍ଲେଖଯୋଗ୍ୟ ଯେ, ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଧୋନୀଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ତାମିଲନାଡୁରେ ବହୁତ ଅଧିକ । ସେଠାରେ ଲୋକମାନେ ତାଙ୍କୁ ସ୍ନେହରେ ଥାଲା କୁହନ୍ତି । ଏହି କାରଣରୁ ମହେନ୍ଦ୍ର ସିଂ ଧୋନୀ ତାମିଲ ଫିଲ୍ମ ପ୍ରଡ୍ୟୁସ କରିବାକୁ ମନ ବଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.