ଧୋନିଙ୍କ ନୂଆ ଅବତାର : ଆଇପିଏଲ୍ ପୂର୍ବରୁ ସାଜିଲେ ଚାଷୀ ,ଶିଖୁଛନ୍ତି ଅମୃତଭଣ୍ଡା ଏବଂ ଖରଭୁଜ ଚାଷ
27/02/2020 at 12:11 PM

ନୂଆଦିଲ୍ଲୀ ୨୭/୨: ମହେନ୍ଦ୍ର ସିଂହ ଧୋନି ବହୁତ ଶୀଘ୍ର କ୍ରିକେଟ ମଇଦାନରେ ନଜର ଆସିବେ। ସେ ୨୦୨୦ ଆଇପିଏଲରେ ଧୁମ୍ ମଚାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ଧୋନି ମାର୍ଚ୍ଚ ୨ତାରିଖରେ ଟିମ୍ ସହ ନଜର ଆସିବେ। କିନ୍ତୁ ଏହା ପୂର୍ବରୁ ଧୋନିଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି।

ଫେସବୁକ୍ ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ନୂଆ ରୂପରେ ନଜର ଆସିବେ। ସେ ଏବେ ଚାଷବାସ କରିବା ବିଷୟରେ ଭାବୁଛନ୍ତି।

୩୮ବର୍ଷ ବୟସ୍କ ଧୋନି ଏବେ ଜୈବିକ ଚାଷ କରିବା ଆରମ୍ଭ କରିଛନ୍ତି। ଏବେ ସେ ତାଙ୍କ ଘରେ ଖରଭୁଜ ଏବଂ ଅମୃତଭଣ୍ଡା ଲଗାଇବାକୁ ଶିଖୁଛନ୍ତି। କୁହାଯାଉଛି ଯେ ଧୋନି ଏବେ ନିଜ ରିଟାୟାରମେଣ୍ଟ ପ୍ଲାନରେ କାମ କରିବା ଆରମ୍ଭ କରିଦେଇଛନ୍ତି।
ମହେନ୍ଦ୍ର ସିହ ଧୋନି ନିଜ ଆକାଉଣ୍ଟରେ ଭିଡିଓ ସେୟାର କରି ଲେଖିଛନ୍ତି,‘ରାଞ୍ଚିରେ ୨୦ଦିନରେ ଖରଭୁଜ ଏବଂ ଅମୃତଭଣ୍ଡା ଜୈବିକ ଚାଷ ପ୍ରଣାଳୀରେ ଆରମ୍ଭ କରିଛନ୍ତି। ପ୍ରଥମ ଥର ବୋଲି ଅଧିକ ଉତ୍ସୁକ ଅଛି।’

୨ମିନିଟର ଏହି ଭିଡିଓରେ ଧୋନି ଚାଷ କରିବା ପୂର୍ବରୁ ପ୍ରଥମେ ପୂଜାର୍ଚ୍ଚନା କରୁଥିବାର ନଜର ଆସିଛନ୍ତି। ସେ ଏହି ସମୟରେ ଧୂପ ଜଳାଉଛନ୍ତି ଏବଂ ନଡ଼ିଆ ଭାଙ୍ଗୁଥିବାର ଦେଖାଯାଉଛନ୍ତି।

କ୍ରିକେଟରୁ ଦୂରେଇ ଯାଇଥିବା ଧୋନି ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେ ମଙ୍ଗଳବାର ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଥିଲେ।