ମାହିଙ୍କ 'ସୁପର କିଙ୍ଗ୍' ସୋ: ଆଇପିଏଲ ପୂର୍ବରୁ ଲଗାତାର ୫ଟି ଛକା ମାରିଲେ ଧୋନୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬|୦୩   ଆଇପିଏଲ ୨୦୨୦ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇର ଚେପୋକ ଷ୍ଟାଡିୟମରେ ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି। ଆଇପିଏଲର ତ୍ରୟୋଦଶ ସଂସ୍କରଣ ପାଇଁ ଅଭ୍ୟାସ କରୁଥିବା ବେଳେ ମାହି ୫ଟି ବଲରେ ଲଗାତାର ୫ଟି ଛକ୍କା ମାରିଛନ୍ତି।

{"id":233833,"width":750,"height":468,"sizeSlug":"large"}

ଚେନ୍ନାଇ ସୁପରକିଙ୍ଗସକୁ ୩ଥର ଚାମ୍ପିଆନ କରିଥିବା ଧୋନୀ ଏହି ଛକା ମାରି ନିଜେ ଫିଟ୍ ଥିବା ପ୍ରମାଣିତ କରିଛନ୍ତି। ଏପରିକି ଯେଉଁମାନେ ତାଙ୍କ ଧୀମା ଇନିଂସ ପାଇଁ ନିନ୍ଦା କରୁଥିଲେ ସେ ଏହାର ଜବାବ ମଧ୍ୟ ଦେଇଛନ୍ତି। ସେ ଦୀର୍ଘଦିନ ଧରି କ୍ରିକେଟରୁ ଦୂରରେ ରହିଲେ ମଧ୍ୟ ତାଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି।

wp:core-embed/twitter {"url":"https://twitter.com/StarSportsTamil/status/1235814980944945153?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235814980944945153\u0026ref_url=https%3A%2F%2Fwww.amarujala.com%2Fcricket%2Fcricket-news%2Fms-dhoni-hits-five-sixes-in-a-row-warms-up-for-ipl-2020-season-with-csk-watch-video","type":"rich","providerNameSlug":"twitter","className":""}
https://twitter.com/StarSportsTamil/status/1235814980944945153?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235814980944945153&ref_url=https%3A%2F%2Fwww.amarujala.com%2Fcricket%2Fcricket-news%2Fms-dhoni-hits-five-sixes-in-a-row-warms-up-for-ipl-2020-season-with-csk-watch-video
/wp:core-embed/twitter

ଛକା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଷ୍ଟାର ସ୍ପୋର୍ଟସ୍ ତାମିଲ ନିଜ ଅଫିସିଆଲ ଟ୍ୱିଟର ପେଜରେ ପୋଷ୍ଟ କରିଛି। ଯେଉଁଥିରେ ଧୋନୀଙ୍କ ସୁପର କିଙ୍ଗ୍ ସୋ ଦେଖିବାକୁ  ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ ୨୦୨୦ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଗତଥରର ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନସକୁ ଭେଟିବ। ଏହା ପୂର୍ବରୁ ୩୮ବର୍ଷୀୟ ଧୋନୀ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.