suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPLରେ ୪ ଅଧିନାୟକଙ୍କ ଚମତ୍କାର ନେତୃତ୍ବ; ମାତ୍ର ବ୍ୟକ୍ତିଗତ ପ୍ରଦର୍ଶନ ଶୂନ, ଦେଖିବାକୁ ମିଳିନି ବଡ଼ ଇନିଂସ

24/05/2023 at 3:19 PM

ମୁମ୍ବାଇ: ନାଁ ବଡ଼, କାମ ଛୋଟ । ବଡ଼ ଖେଳାଳିଙ୍କ ଖରାପ ପ୍ରଦର୍ଶନ । ଆଇପିଏଲର ପଏଣ୍ଟ ଟେବୁଲରେ ଥିବା ଶୀର୍ଷ ୪ ଟିମର ଅଧିନାୟକଙ୍କ ବ୍ୟାଟିଂ ପ୍ରଦର୍ଶନ ଶୂନ । ଏମଏସ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ ରୋହିତ ଶର୍ମା ଚଳିତ ଆଇପିଏଲରେ ଫେଲ୍ । ବ୍ୟାଟିଂରେ କୌଣସି ବ୍ୟକ୍ତିଗତ ବଡ଼ ଇନିଂସ ଦେଖିବାକୁ ମିଳିନାହିଁ । ବାରମ୍ବାର ଫେଲ୍ ହେଉଛନ୍ତି ଏହି ବଡ଼ ଖେଳାଳି ।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ବିଶ୍ବ କ୍ରିକେଟରେ ବେଷ୍ଟ ଫିନିସର ଭବେ ଜଣାଶୁଣା ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବଡ଼ ଫିନିସିଂ ଇନିଂସ ଖେଳି ନାହାନ୍ତି । ୧୫ଟି ମ୍ୟାଚରୁ ମାତ୍ର ୧୦୩ ରନ  ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି ।  ସେହିପରି ୨୦୨୧ ଆଇପିଏଲ ମ୍ୟାଚକୁ ନଜର ପକାଇଲେ ଧୋନି ୧୬ଟି ମ୍ୟାଚ ଖେଳି ମାତ୍ର ୧୧୪ ରନ୍ ସଂଗ୍ରହ କରିଛନ୍ତି ।

ସେହିପରି ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଡିଫେଣ୍ଡିଂ ଚାମ୍ପଆନ ରହିଛି । ୨୦୨୨ରେ ଦଳକୁ ପ୍ରଥମ ଥର ପାଇଁ ଟାଇଟଲ ଜିତାଇଥିଲା । ହେଲେ ଚଳିତ ଆଇପିଏଲରେ ଅଧିନାୟକ ସେଭଳି କିଛି ଆଖି ଦୃଶ୍ୟା ପ୍ରଦର୍ଶନ ଦେଖାଇ ନାହାନ୍ତି।  ହାର୍ଦ୍ଦିକ୍  ୧୫ଟି ମ୍ୟାଚ ଖେଳି ୨୯୭ ରନ୍ ସଂଗ୍ରହ କରିଛନ୍ତି । ମାତ୍ର ୨୭ ହାରରେ ରନ ସଂଗ୍ରହ କରିଛନ୍ତି । ଗତ ବର୍ଷ ତୁଳନାରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ । ୨୦୨୨ରେ ୧୫ଟି ମ୍ୟାଚ ଖେଳି ୪୪.୨୭ ହାରରେ ୪୮୭ ରନ୍ ସଂଗ୍ରହ କରିଥିଲେ । ସେହିପରି ୩ଟି ଓ୍ବିକେଟ୍ ନେଇଥିଲେ ।

ରୋହିତ ଶର୍ମାଙ୍କ ମଧ୍ୟ ଚଳିତ ଆଇପିଏଲ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ଦେଖାଇ ନାହାନ୍ତି । ୧୪ଟି ମ୍ୟାଚରୁ ମାତ୍ର ୨୨.୩୫ ହାରରେ  ୩୧୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଆଗକୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍ ସିପ୍ ରହିବାରୁ ରୋହିତଙ୍କ ଫର୍ମଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଗତ ମ୍ୟାଚରେ ଅର୍ଦ୍ଧ ଶତକୀୟ ପାଳି ଫର୍ମକୁ ଫେରିଛନ୍ତି । ଏହା ଟିମ୍ ଇଣ୍ଡିଆ ପାଇଁ ଶୁଭ ଖବର ।

ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କୃନାଲ ପାଣ୍ଡ୍ୟା । କେଏଲ ରାହୁଲଙ୍କ ଅନୁସ୍ଥିତିରେ ସେ ନେତୃତ୍ବ ନେଉଛନ୍ତି । ସେ ଟିମରେ ଅଲରାଉଣ୍ଡର ଭାବେ ଖେଳୁଥିଲେ ମଧ୍ୟ ଏଯାଏଁ ସେଭଳି କିଛି ଚମତ୍କାରିତା ତାଙ୍କ ବ୍ୟାଟରୁ କି ବୋଲିଂରୁ ଦେଖିବାକୁ ମିଳିନାହିଁ । ୯ଟି ମ୍ୟାଚ୍ ଖେଳି ମାତ୍ର ୨୭୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ଭାବେ ମାତ୍ର ୩ଟି ଓ୍ବିକେଟ୍ ସହିତ ମାତ୍ର ୫୮ ରନ ସଂଗ୍ରହ କରିଛନ୍ତି ।

   Related Posts