ସନ୍ୟାସ ନେବାରେ କିଛି ଘଣ୍ଟା ପରେ ଏମଏସ ଧୋନୀଙ୍କୁ ମିଳିଲା ବଡ ଅଫର

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଆନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କରିଛନ୍ତି | କ୍ରିକେଟରୁ ସନ୍ୟାସ ନେବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଏକ ବଡ ଅଫର ମିଳିଛି | ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଏବଂ ଦି ହଣ୍ଡ୍ରେଡ୍ ଲିଗ୍ ର ଲଣ୍ଡନ୍ ସ୍ପିରିଟର ମୁଖ୍ୟ କୋଚ ଶେନ ୱାର୍ନ ତାଙ୍କୁ ନିଜ ଟିମରେ ଖେଳିବାକୁ ଅଫର ଦେଇଛନ୍ତି | ଆସନ୍ତା ବର୍ଷ ଇଂଲଣ୍ଡରେ ଏହି ଟୁର୍ନାମେଣ୍ଟ ହେବ |  

{"id":315321,"sizeSlug":"large"}

ଦି ହଣ୍ଡ୍ରେଡ୍ ଇଂଲଣ୍ଡ କ୍ରିକେଟ ବୋର୍ଡର ଏକ ପ୍ରୋଗ୍ରାତ୍ମକ ଟୁର୍ନାମେଣ୍ଟ ଅଛି ଯାହା ଚଳିତ ବର୍ଷ ୮ ଟି ଟିମ ସହ ଲଞ୍ଚ ହେବାର ଅଛି | ପ୍ରତ୍ୟେକ ଟିମ ତରଫରୁ ୧୦୦ ବଲ ଖେଳାଯିବ | ଏହି ଟୁର୍ନାମେଣ୍ଟକୁ କରୋନା ମହାମାରୀ ଯୋଗୁଁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ ରଖାଯାଇଛି |

{"id":315322,"sizeSlug":"large"}

ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି | କିନ୍ତୁ ଦୁଇଥର ବିଶ୍ୱକପ ବିଜୟୀ ଅଧିନାୟକ ଧୋନୀ ଆଇପିଏଲ ଖେଳିବେ | ତେବେ ଫ୍ରାଞ୍ଚାଇଜି ବେସ୍ଡ ଟୁର୍ନାମେଣ୍ଟ ଖେଳି ପାରିବେ ବୋଲି ଶୁଣିବାକୁ ମିଳିଛି | ଧୋନୀ ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ପହଞ୍ଚିବା ପରଦିନ ନିଜର ନିଷ୍ପତ୍ତି ଇନ୍ସଟାଗ୍ରାମ ଜରିଆରେ ଜଣାଇଥିଲେ | ସେ ଏକ ଭିଡିଓ ସେୟାର କରି କହିଥିଲେ ଯେ ସନ୍ଧ୍ୟା ୭ଟା ୨୯ ମିନିଟରେ ସେ ସନ୍ୟାସ ନେବେ | ଧୋନୀଙ୍କ ସହ ସୁରେଶ ରାଇନା ମଧ୍ୟ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.