ନୂଆଦିଲ୍ଲୀ ୧୧/୦୫: ପୁଣି ଜମିଲା ଧୋନୀ ଶୋ । ବ୍ୟାଟ୍ରୁ ହେଲା ଛକା ଚଉକା ବର୍ଷା । ୧୧ ବଲରେ ୨୬ ରନ୍ । ଦର୍ଶକଙ୍କୁ ପୁଣି ମନୋରଞ୍ଜନ କଲେ ମାହୀ । ଯଦିଓ ମ୍ୟାଚ୍ ହାରିଥିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଥିଲେ ମାହୀ ।
ଷ୍ଟାଡିୟମର ପାଭିଲିୟନ ଡେଇଁ ପଡିଆକୁ ଓହ୍ଲାଇ ଆସିଥିଲେ ଫ୍ୟାନ୍ସ । ଖାଲି ଓହ୍ଲାଇ ଆସିନଥିଲେ ଧୋନୀଙ୍କ ପାଦ ଛୁିଂ ମୁଣ୍ଡିଆ ମାରିଥିଲେ । ଧୋନୀ ବି ସଂଗେ ସଂଗେ ଫ୍ୟାନଙ୍କୁ କୁଣ୍ଢାଇ ପକାଇଥିଲେ । ତେବେ ଏହି ଘଟଣା ପରେ ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନ ।
ସୂଚନା ଥାଉକି, ଶୁକ୍ରବାର ଆଇପିଏଲ୍ ୨୦୨୪ର ଥିଲା ୫୯ ତମ ମ୍ୟାଚ୍ । ଚେନ୍ନାଇକୁ ହରାଇଥିଲା ଗୁଜୁରାଟ ଟାଇଟନ୍ସ । ଜିଟିର ଦୁଇ ଓପନର ଖେଳିଥିଲେ ଧୁଆଁଧାର ପାଳି । ଟାର୍ଗେଟ ଥିଲା ୨୩୧ । ଯାହାକୁ ପିଛା କରି ଚେନ୍ନାି କରିଥିଲା ୧୯୬ ରନ୍ । ଚେନ୍ନାଇ ପକ୍ଷରୁ ଡାରେଲ୍ ୬୩ ରନ୍ କରିଥିବା ବେଳେ ୫୬ ରନ୍ କରିଥିଲେ ।
ଚେନ୍ନାଇର ଶିବମ ଦୁବେ ୨୧ ଏବଂ ଜାଡେଜା ୧୮ ରନ୍ କରିଥିବାବେଳେ ଧୋନୀ କରିଥିଲେ ୨୬ ରନ୍ । ତେବେ ସେହି ମ୍ୟାଚ୍ରେ ୯ ନମ୍ୱର ଖେଳାଳି ଭାବେ ପଡିଆକୁ ଆସିଥିଲେ ଧୋନୀ । ଯାହାକୁ ସହଜରେ ଗ୍ରହଣ କରିନଥିଲେ କ୍ରୀଡା ସମୀକ୍ଷକ । ଖୁବ୍ କରିଥିଲେ ସମାଲୋଚନା । ହେଲେ ଏବୁକୁ ଖାତିର ନକରି ମୈଦାନକୁ ଆସିଥିଲେ ଧୋନୀ ।
ମ୍ୟାଚ୍ର ଶେଷ ଓଭରରେ ଜଣେ ଫ୍ୟାନ୍ସ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ସୁରକ୍ଷା ବଳୟକୁ ଭେଦି ପଳେଇ ଆସିଥିଲେ । ଏକାଥରେ ଯାଇ ପହଞ୍ଚିଥିଲେ ଧୋନୀଙ୍କ ନିକଟରେ । ଧୋନୀଙ୍କୁ ନିକଟକୁ ଯାଇ ତାଙ୍କୁ ନତମସ୍ତକ କରିଥିଲେ । ତେବେ ଏହା ଦେଖିବା ପରେ ଦୌଡି ଆସିଥିଲେ ସୁରକ୍ଷା କର୍ମୀ ।
ତେବେ ଫ୍ୟାନ୍ସଙ୍କ ଏହି ଆଚରଣ ହେତୁ କିଛି ସମୟ ପାଇଁ ଅଟକି ଥିଲା ମ୍ୟାଚ୍ । ଧୋନୀ ବି କିଛି ସମୟ ପାଇଁ ଦୌଡିଥିଲେ । ପରେ ସେ ପୁଣି ଫେରିଆସି ପ୍ରଶଂସକଙ୍କୁ କୁଣ୍ଢାଇ ପକାଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।