MS Dhoniଙ୍କୁ ପ୍ରଂଶସା କଲେ ଗାଭାସ୍କର, କହିଲେ- କାହିଁକି ମାହୀ ସମସ୍ତଙ୍କଠୁ ଅଲଗା…
25/03/2023 at 12:01 PM

ମୁମ୍ବାଇ ୨୫।୦୩ : ଆଉ ଦିନ କେଇଟା ପରେ ଆଇପିଏଲ୍ର ୨୦୨୩ ସିଜିନ୍ । ଚଳିତ ସିଜିନ୍ର ପ୍ରଥମ ମ୍ୟାଚ୍ ୩୧ ମାର୍ଚ୍ଚରେ ଖେଳାଯିବ । ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳିଯିବ । ହେଲେ ଏହି ମ୍ୟାଚ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କର ଜୋରଦାର ପ୍ରଶଂସା କରିଛନ୍ତି ସୁନୀଲ ଗାଭାସ୍କର । ସମସ୍ତଙ୍କ ଠାରୁ ଧୋନି କାହିଁକି ଅଲଗା ବୋଲି ସେ ମଧ୍ୟ କହିଛନ୍ତି ।
ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତରକାରରେ ସୁନୀଲ ଗାଭାସ୍କର କହିଛନ୍ତି ଯେ, ଦୁଇ ବର୍ଷର ବ୍ୟାନ୍ ପରେ ଯେତେବେଳେ ଧୋନିଙ୍କ ଟିମ୍ ଆଇପିଏଲ୍କୁ ଫେରିଲା । ସେତେବେଳେ ଚମ୍ପିଆନ୍ ହୋଇଥିଲା । ଦୁଇ ବର୍ଷ ଲାଗି ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ରୁ ବ୍ୟାନ୍ ହୋଇଥିଲା । ଏହି ସମୟରେ ଧୋନି ଅଲଗା ଅଲଗା ପ୍ରାଞ୍ଚାଇଜ୍ ପାଇଁ ଖେଳିଥିଲେ । ପୁଣି ସେ ଯେତେବେଳେ ଚେନ୍ନାଇ ଟିମ୍ ସହ ଆଇପିଏଲ୍ କୁ ଫେରିଥିଲେ । ସେତେବେଳେ ସେ ଦଳକୁ ମଧ୍ୟ ଚମ୍ପିଆନ୍ କରାଇଥିଲେ । ତାଙ୍କ ଅଧିନାୟକଙ୍କ ମାନିବାକୁ ପଜିବ ।
ଯେତେବେଳେ ଲୋକ ଚେନ୍ନାଇ ଏକ ବୁଢା ଦଳ ବୋଲି କହୁଥିଲେ । ସେତେବେଳେ ସେ ହିଁ ସେମାନଙ୍କ ନିକଟରୁ ଜୋରଦାର ଖେଳ ପ୍ରଦର୍ଶନ ବାହାର କରିଥିଲେ । ଦୁଇ ବର୍ଷର ବାସନ୍ଦ ପରେ ବି ଟିମ୍ ଏପରି ପ୍ରଦର୍ଶନ କରିବ । ତାହା ତ ପ୍ରଂଶସାଯୋଗ୍ୟ । ଏବେ ବି ମନେ ଅଛି, ଗୋଟିଏ ଓଭରରେ ଧୋନି କିପରି ୨୦ ରନ୍ ସଂଗ୍ରହ କରିଥିଲେ ।
ସୂଚନାଯୋଗ୍ୟ , ୨୦୨୨ ସିଜିନ୍ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ସେତେଟା ଭଲନଥିଲା । ପଏଣ୍ଟ ଟେବୁଲ୍ରେ ଚେନ୍ନାଇ ୯ମ ସ୍ଥାନରେ ରହିଥିଲା । ଟିମ୍ ୧୪ଟି ମ୍ୟାଚ୍ରୁ ମାତ୍ର ୪ଟି ମ୍ୟାଚ୍ ଜିତିପାରିଥିଲା । ବାକି ୧୦ଟି ମ୍ୟାଚ୍ରେ ପରାସ୍ତ ହୋଇଥିଲା ଟିମ୍ ଚେନ୍ନାଇ ।