Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା : ଆଖିବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

10/03/2023 at 5:20 PM

ଟାଙ୍ଗୀ ୧୦।୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୨୩ ବର୍ଷ ବୟସ୍କ ମହେଶ୍ୱର ବେହେରା । ବାଣ ବିସ୍ଫୋରଣରେ ଅର୍ଦ୍ଧଦଗ୍ଧ ହୋଇ ମହେଶ୍ୱର ବେହେରା ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ମୃତ ମହେଶ୍ୱର ବେହେରା ଭୁଷଣ୍ଡପୁର ସ୍ଥିତ ବଡସାହିର ଧ୍ରୁବ ବେହେରାଙ୍କ ପୁଅ । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଜଣଙ୍କର ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା । ଆଉ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ଚିକିତ୍ସା ଚାଲିଛି । ସେ ମଧ୍ୟ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି । ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

   Related Posts