Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ମୃତ୍ୟୁ ପରେ ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ

3/02/2023 at 9:21 AM

ଖଲ୍ଲିକୋଟ ୦୩/୦୨: ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରୋଇ ବସରେ ଅଭାବନୀୟ ଘଟଣା । ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ହସ୍ପିଟାଲ ପଠାଇବା ବଦଳରେ ବିଚ୍ ରାସ୍ତାରେ ଫୋପାଡି ଚାଲିଗଲେ । ଗଞ୍ଜାମ ୧୬ନଂ ଜାତୀୟ ରାଜପଥ ଶନି ମନ୍ଦିର ଠାରେ ଓଲ୍ଲାଇ ଦେଇ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଥାଉକି, ପାଟପୁର ଥାନା ଅନ୍ତର୍ଗତ ଗୌତମୀ ପଞ୍ଚାୟତର ପଦ୍ମତୋଳା ଗାଁ ସୁଜିତ ସ୍ୱାଇଁ ନିଜର ଅସୁସ୍ଥ ମାଆଙ୍କ ଚିକିତ୍ସା ପାଇ ମାଆ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ନେଇଥିଲେ । ସେଠାରୁ ଚିକିତ୍ସା ପରେ ସେମାନେ ଘରକୁ ଫେରୁଥିବା ବେଳେ ବସ ଭିତରେ ମାଆଙ୍କର ମୃତ୍ୟୁ ହୋଇଥିଲା । ପୁଅ ଜଣକ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅବଗତ କରାଇଥିଲେ ।

ତେବେ ଅବଗତ ପରେ ବସ ଷ୍ଟାପ ସେମାନଙ୍କୁ ସେମାନଙ୍କ ଘରକୁ ଫେରାଇବା ବ୍ୟବସ୍ଥା ନକରି ଅଧା ରାସ୍ତାରେ ଛାଡି ଚାଲି ଯାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ସେହିବାଟ ଦେଇ ଯାଉଥିବା ଗଞ୍ଜାମ ସହରର ଯୁବ ସ୍ୱେଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ ନିଜେ କିଛି ଆର୍ଥିକ ସହାୟତା କରିବା ସହ ଅନ୍ୟମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁ କୁ ପଠାଇବାର ବ୍ୟବସ୍ଥା କରିଥିଲେ ।

ସେପଟେ ସୁଧୀର ପାଢ଼ୀଙ୍କ ଏହିଭଳି ସହଯୋଗକୁ ସ୍ଥାନୀୟ ବୁଦ୍ଧିଯିବି ଉଚ୍ଚ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ବସର ଉଭୟ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି |

   Related Posts