ସକାଳୁ ସକାଳୁ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର
18/12/2022 at 11:08 AM

ମୟୁରଭଞ୍ଜ ୧୮/୧୨: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ମୁଣ୍ଡା ସାହିରେ। ମୃତକ ହେଉଛନ୍ତି ଦୁରୁସୁ ମୁଣ୍ଡାଙ୍କ ସ୍ତ୍ରୀ ଚାନ୍ଦିନୀ ମୁଣ୍ଡା। ରବିବାର ଭୋର୍ ସମୟରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।
୫ ଝିଅଙ୍କ ମା’ଚାନ୍ଦିନୀ। ତେବେ ସେ କେଉଁ କାରଣ ପାଇଁ ନିଜର ଜୀବନ ହାରିଲେ ତାହା ଅସ୍ପଷ୍ଟ ରହିଛି। ପରିବାର ଲୋକେ ବି ଏ ବାବଦରେ କିଛି ବି କହି ନାହାନ୍ତି । ଖବର ପାଇ ଯୋଡ଼ା ପୋଲିସ ମୃତ ଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023