କେନାଲ ରାସ୍ତାରେ ପଡିଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | June 14, 2022 IST

ଉଦଳା ୧୪।୦୬: କେନାଲ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ। ମୟୁରଭଞ୍ଜି ଜିଲ୍ଲା ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ପରେ ଉଦଳା ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ ଯୁବକଙ୍କ ଘର କପ୍ତିପଦା ଥାନା ମହିଷାସୁରୀ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଥିବା ବେଳେ ନାଙ୍କ ନାମ ଏବେ ସୁଦ୍ଧା ଜଣାପଡିନାହିଁ । ମୃତ ଯୁବକ ଜଣକ ଗୋରୁ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟଲୋକଙ୍କ ନିକଟରୁ ପୋଲିସ୍ ଜାଣିବାକୁ ପାଇଛି । ହେଲେ ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହା ଅସ୍ପଷ୍ଟ ରହିଥିବା ରହିଛି ।  ଏପିରିକି ଯୁବକଙ୍କ ମୃତଦେହ କେନାଲ ରାସ୍ତାକୁ କାହିଁକି ଏବଂ କିପରି ଆସିଲେ ତାହାର ଖୋଳତାଡ କରୁଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.