ଘାଟିରୁ ମିଳିଲା ହିରୋଙ୍କ ମୃତଦେହ, ବୁଧବାରଠୁ ଥିଲେ ନିଖୋଜ

Published By : Prameya-News7 Bureau | May 14, 2022 IST

ସୋନପୁର ୧୪।୦୫ : ଘାଟିରୁ ଗଳିତ ମୃତଦେହ ଠାବ । ସୋନପୁର ଜିଲ୍ଲା ଡୁମେରଖୋଲ ଜଙ୍ଗଲ ଘାଟି ନିକଟରୁ ଏହି ଗଳିତ ମୃତଦେହ ଉଦ୍ଧାର । ମୃତକ ମେଣ୍ଡା ଗାଁର ହିରୋ ହାତୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଗତ ବୁଧବାରଠୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ଡୁମେରଖୋଲ ଜଙ୍ଗଲ ଘାଟି ରାସ୍ତା ନିକଟରୁ ଏକ ମୃତଦେହ ମିଳିଥିଲା । ପରେ ତଦନ୍ତ କରି ଏହା ନିଖୋଜ ଥିବା ହିରୋ ମୁଣ୍ଡାଙ୍କ ମୃତଦେହ ବୋଲି ଜଣାପଡିଛି ।

ସେପଟେ ରାସ୍ତାକଡ଼ରେ ମୃତଦେହ ପଡିଥିବାର ଖବର ଶୁଣି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି । ତେବେ   ହିରୋ ହାତୀଙ୍କ ମୃତ୍ୟୁ ପଛର କାରଣ କଣ , ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛି ପୋଲିସ । ମୃତ୍ୟୁ ପଛରେ ହତ୍ୟା ନା ଆଉ କିଛି । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.